ଆର୍ନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଡି.ୱାଇ. ପାଟିଲ ମୁମ୍ବାଇ ଫାଇନାଲକୁ ପ୍ରବେଶ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ଆଥଲେଟିକ୍ ଆସୋସିଏସନ ପକ୍ଷରୁ ଟିଲୋସ୍ଥିତ ହନୁମାନ ଜୀଉ ମିନି ଷ୍ଟାଡିୟମ ଠାରେ ଆରମ୍ଭ ହୋଇଥିବା ୨୮ତମ ଆର୍ନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ୍‌ର ୬ଷ୍ଠ ଦିନର ୨ୟ ସେମିଫାଇନାଲ ମ୍ୟାଚ୍‌ରେ ଆଦ୍ରା ରେଲୱେ ପଶ୍ଚିମବଙ୍ଗକୁ ହରାଇ ଡି.ୱାଇ. ପାଟିଲ ମୁମ୍ବାଇ ଫାଇନାଲକୁ ପ୍ରବେଶ କରିଛି । ଡି.ୱାଇ. ପାଟିଲ ମୁମ୍ବାଇ ଟସ୍ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୪୪ ରନ୍ କରିଥିଲା । ଦଳ ପକ୍ଷରୁ ଆଇ.ପି.ଏଲ ଖେଳାଳୀ ପାର୍ଥ ସାହାଣୀ ୪୩ ଓ ଇକବାଲ ଅବଦୁ୍‌ଲ୍ଲା ୩୪ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ସଚୀନ୍ କୁମାର ୩ ଓ ରାଜୁ କୁମାର ୧ ଉଇକେଟ ନେଇଥିଲେ । ଜବାବରେ ଆଦ୍ରା ରେଲୱେ ପଶ୍ଚିମ ୨୦ ଓଭରରେ ୮ ଉଇକେଟ ହରାଇ ୧୨୫ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ସଚୀନ୍ କୁମାର ୨୩ ଓ ଅନୁଜ କୁମାର ୧୮ ରନ୍ କରିଥିଲେ । ପ୍ରତିପକ୍ଷ ବୋଲର ଇକବାଲ ଅବଦୁଲ୍ଲା ୧ ଓ ବିନିତ ସିହ୍ନା ୨ ଉଇକେଟ ନେଇଥିଲେ । ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ଡି.ୱାଇ. ପାଟିଲ ମୁମ୍ବାଇର ଇକବାଲ ଅବଦୁଲ୍ଲାଙ୍କୁ ବିବେଚିତ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପୂର୍ବତନ ସରପଞ୍ଚ ନିହାରିକା ରାଉତ, ସହକାରୀ ଯନ୍ତ୍ରୀ ସୁପ୍ରଭା ପ୍ରଧାନ, ସମାଜସେବୀ ଲାଲା ସ୍ୱାଇଁ, ଶିକ୍ଷାବିତ୍ ସୁଜିତ୍ ବେହେରା, ମଣି ଚରଣ ସାହୁ, ଗଗନ ପାତ୍ର ଉପସ୍ଥିତ ଥିଲେ । ଅମ୍ପାୟାର ଭାବେ ଶାନ୍ତନୁ କୁମାର, ଶରତ ଜେନା, ଭାଷ୍ୟକାର ଭାବେ ନିରନେକ ଘୋଷ, ମଣ୍ଟୁ ଲେଙ୍କା, ମ୍ୟାଚ୍ ରେଫରୀ ଭାବେ ପ୍ରକାଶ ସ୍ୱାଇଁ ଦାୟୀତ୍ୱ ତୁଲାଇଥିଲେ । ଖେଳ ପରିଚାଳନାରେ ପର୍ଶୁରାମ ସାହୁ, ମାନସ ପୁହାଣ, ସୁରେନ୍ଦ୍ର ନାୟକ, ଧନେଶ୍ୱର ଧଳ, ବବୁଲ ସ୍ୱାଇଁ, ପ୍ରେମାନନ୍ଦ ବେହେରା, ଗୋବିନ୍ଦଜ୍ୟୋତି ଧଳ ସହଯୋଗ କରିଥିଲେ । ରବିବାର ୯ଟା ବେଳେ ମହିଳା ପ୍ରଦର୍ଶନୀ କ୍ରିକେଟ ମ୍ୟାଚ୍ କିଟ୍ କଲେଜ ଭୁବନେଶ୍ୱର ଓ ପଶ୍ଚିମବଙ୍ଗ ମହିଳା ଦଳ ମଧ୍ୟରେ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୨ଟା ଠାରୁ ଫାଇନାଲ ମ୍ୟାଚ୍ ଡି.ୱାଇ. ପାଟିଲ ମୁମ୍ବାଇ ଓ ସେଣ୍ଟ୍ରାଲ ଏ.ଜି ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ