ଆର୍ନ୍ତଜାତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ଶୁକ୍ରବାର ଠାରୁ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନ ଜୀଉ ମିନି ଷ୍ଟାଡିୟମ ଠାରେ ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଆର୍ନ୍ତଜାତୀୟ ୨୭ତମ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ୍‌ର ଶନିବାର ୨ୟ ଦିନର ପ୍ରଥମ ମ୍ୟାଚ୍ ସେରସା ଆଦ୍ରା ବନାମ ଉତ୍କଳ ୟୁନିଭରସିଟି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉତ୍କଳ ୟୁନିଭରସିଟି ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୨୦ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବିଶ୍ୱଜିତ୍ ମହାନ୍ତି ୨୯, ଆଶୁତୋଷ ଦାସ ୨୦ ରନ୍ ସଂଗ୍ରହ କରିଥିଲେ । ପ୍ରତିପକ୍ଷର ବୋଲର ଏନ୍‌.ଶୁବ୍ରମନ୍ୟମ୍ ୨, ଶୈଳେଶ ୧ଟି ଉଇକେଟ୍ ଅକ୍ତିଆର କରିଥିଲେ । ଜବାବରେ ସେରସା ଆଦ୍ରା ୨୦ ଓଭରରେ ୭ ଉଇକେଟ ହରାଇ ୧୦୮ ରନ୍ କରି ପରାସ୍ତ ହୋଇଥିଲା । ଦଳ ପକ୍ଷରୁ ସୁଧାକର ୫୧ ଓ ଭିଶାଲ ସିଂ ୧୫ ରନ୍ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ବୋଲର ଓମ୍ ବିକାଶ ନାୟକ ଓ ଆଶୁତୋଷ ଦାସ ଦୁଇଟି ଲେଖାଏ ଉଇକେଟ ନେଇଥିଲେ । ଆଶୁତୋଷ ଦାସଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ପୁରସ୍କାର ଓରି ସିଡ୍ସର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ନାୟକ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଶିକ୍ଷାବିତ୍ ରଘୁନାଥ ଚଣ୍ଡ ଓ ଅକ୍ଷୟ କୁମାର ଜେନା ଯୋଗ ଦେଇଥିଲେ । ସେହିପରି ୨ୟ ମ୍ୟାଚ୍ ଏସ୍‌.ସି.ଆର.ଭିଜୟୱାଡା ଓ ୟୁନିୟନ ସ୍ପୋଟିଂ,କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏସ.ସି.ଆର.ଭିଜୟୱାଡା ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ୧୮.୩ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୦୬ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଏମ୍‌.ଏ.ପ୍ରଣିତ୍ ୩୧, ଡି.ହର୍ସ ୧୬ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଅନୁରାଗ କାନୋଜିଆ ୪ ଓ ଶେଖର ମାଝୀ ଗୋଟିଏ ଉଇକେଟ୍ ନେଇଥିଲେ । ଜବାବରେ ୟୁନିୟନସ୍ପୋଟିଂ କଟକ ୧୩.୨ ଓଭରରେ ୩ ଉଇକେଟ ହରାଇ ୧୧୧ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ସର୍ବେଶ୍ୱର ମହାନ୍ତି ୪୯ ଓ ଭେଙ୍କେଟେଶ ଭାଣ୍ଡେ ୩୬ ରନ୍ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ବୋଲର ଏସ୍‌.ମଣି ଓ ପି.ନିଲେଶ ୧ଟି ଲେଖାଏ ଉଇକେଟ ନେଇଥିଲେ । ୟୁନିୟନ ସ୍ପୋଟିଂର ବୋଲର ଅନୁରାଗ କାନୋଜିଆଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ମାନସ ରଞ୍ଜନ ନାୟକ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅସିତ୍ କର, ବରିଷ୍ଠ ସଭ୍ୟ ବିଦ୍ୟୁତ୍ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ । ଉଭୟ ମ୍ୟାଚ୍‌କୁ ଅମ୍ପାୟର ତପନ ମିଶ୍ର, ରଞ୍ଜନ ମହାନ୍ତି, ଲଲାଟ କେଶରୀ ନନ୍ଦ ପରିଚାଳନା କରିଥିବା ବେଳେ ମ୍ୟାଚ୍ ରେଫରୀ ଭାବେ ସୁଧାଂଶୁ ନାୟକ, ଭାଷ୍ୟକାର ଭାବେ ଶ୍ୟାମ ପ୍ରସାଦ ମଲ୍ଲ, ସଞ୍ଜୟ ମଜୁମଦାର, ସେକ୍ ଆଜାରୁଦ୍ଦିନ୍‌, ସ୍କୋରର ଭାବେ ସୂଚୀବ୍ରତ ରାଉତ, ପର୍ଶୁରାମ ସାହୁ, ଅଶୋକ ନାଥ ଦାୟୀତ୍ୱ ତୁଲାଇ ଥିଲେ । ରବିବାର ପ୍ରଥମ ମ୍ୟାଚ୍ ଉତ୍କଳ ୟୁନିଭରସିଟି, ଭୁବନେଶ୍ୱର ବନାମ ଇସିସି ବାଙ୍ଗାଲୋର ଏବଂ ୨ୟ ମ୍ୟାଚ୍ କ୍ୱାଲିଟି କ୍ରିକେଟ ଟିମ୍ ବାଙ୍ଗ୍‌ଲାଦେଶ ବନାମ ସାଉଥ୍ ସେଣ୍ଟ୍ରାଲ ରେଲୱେ, ଭିଜୟୱାଡା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ