ଆର୍ମିଙ୍କୁ ମିଳୁନି ପର୍ଯ୍ୟାପ୍ତ ରାସନ ଓ ଶୀତ ବସ୍ତ୍ର
ନୂଆଦିଲ୍ଲୀ : ଦେଶର ପ୍ରତିରକ୍ଷା ବାହିନୀ ଦିନରାତି ଉଜାଗର ରହି ଆମକୁ ସୁରକ୍ଷା ଦେଉଛନ୍ତି । ତେବେ ସେମାନଙ୍କ ପାଖରେ ରାସନ ଓ ଶୀତ ବସ୍ତ୍ର ନଥିବା ଭଳି ତଥ୍ୟ ପ୍ରଦାନ କରିଛନ୍ତି କାଗ । କାଗଙ୍କ ରିପୋର୍ଟ ଅନୁଯାୟୀ, ଆର୍ମି ନିକଟରେ ପର୍ଯ୍ୟାପ୍ତ ପରିମାଣର ଶୀତ ବସ୍ତ୍ର, ସ୍ନୋ ଗଗଲସ, ବୁଟ ନାହିଁ । ସିଆଚେନ, ଲଦାଖ ଓ ଡୋକଲାମ ଭଳି ଅଂଚଳରେ ଥିବା ସେନାବାହିନୀ ନିକଟରେ ସରକାର ପର୍ଯ୍ୟାପ୍ତ ପରିମାଣର ଏଭଳି ସାମଗ୍ରୀ ପହଁଚାଇବାରେ ବିଫଳ ହୋଇଛନ୍ତି । ଅପର ପକ୍ଷରେ ଏନେଇ ଜଣେ ଆର୍ମି ଅଧିକାରୀ କହିଛନ୍ତି ଯେ, ୨୦୧୫-୧୬ରୁ ୨୦୧୭-୧୮ ପର୍ଯ୍ୟନ୍ତ କାଗ ଅଡ଼ିଟ କରିଛନ୍ତି । କିନ୍ତୁ ଏହା ପରେ ସ୍ଥିତି ବଦଳିଯାଇଛି । ସିଆଚେନ ଭଳି ଅଞ୍ଚଳରେ କାର୍ଯ୍ୟରତ ସେନା ନିକଟରେ ପର୍ଯ୍ୟାପ୍ତ ପରିମାଣର ପୋଷାକ, ରାସନ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରହିଛି । ସିଆଚେନରେ କାର୍ଯ୍ୟରତ ଜଣେ ସୈନିକ ପିଛା ପୋଷାକ ବାବଦରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ସେମାନଙ୍କ ପାଇଁ ବାହାର ଦେଶରୁ ପୋଷାକ ଅଣାଯାଉଛି ବୋଲି ସେ କହିଛନ୍ତି ।