ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମରେ ଷ୍ଟେମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଛାତ୍ରୀ ମାନଙ୍କୁ ସାମାଜିକ, ବୈଷୟିକ ଜ୍ଞାନ କୌଶଳ, ଇଁରାଜୀ ଏବଂ ଗଣିତ ଶିକ୍ଷା କ୍ଷେତ୍ରରେ ଉତ୍ସାହିତ କରିବା ପାଇଁ ବେଲଗୁଣ୍ଠା ବ୍ଳକ୍ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମ ଉଚ୍ଚ ବିଦ୍ୟାଳୟରେ ଷ୍ଟେମ୍ ଫର୍ ଗାର୍ଲସ୍ ମେଳା ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ମନୋଜ କୁମାର ପଟ୍ଟନାୟକ,ରୋଲ୍ ମଡ଼େଲ୍ ମାନସୀ ଦାସ ଏବଂ ବେଲଗୁଣ୍ଠା ବ୍ଳକ୍ ବୈଷୟିକ ଜ୍ଞାନ କୌଶଳ ପରିଚାଳକ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ଉପାଦେୟତା ସମ୍ପର୍କରେ କହିଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଡ଼ାକ୍ତର ପୋଲେଇ, ଶିକ୍ଷକ ରବିନ୍ଦ୍ର କୁମାର ମେଲାକ, ପ୍ରଶାନ୍ତ କୁମାର ସେଠୀ, ଆରତୀ ଶତପଥୀ,ଗୀତାଞ୍ଜଳି ମିଶ୍ର,ତନୁ ବେହେରା, ଅକ୍ଷୟ କୁମାର ଜେନା, ଅରବିନ୍ଦ କୁମାର ସାହୁ, ସନତ୍ କୁମାର ଗୌଡ଼, ଅଜିତ୍ କୁମାର ଷଡ଼ଙ୍ଗୀଙ୍କ ସମେତ ଷ୍ଟେମ୍ ଫେସିଲିଟେଟର୍ ସୁଶ୍ରୀ ପାୟଲ ଦାସ,ଗୀତାଞ୍ଜଳି ସାହୁ ଏବଂ ଗୀତାଞ୍ଜଳି ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ