ଆର୍ଯ୍ୟପଲ୍ଲୀରେ ଫିସିଂ ହାରବୋର୍ ପ୍ରତିଷ୍ଠା ନେଇ ମତ୍ସ୍ୟଜୀବୀଙ୍କ ଦାବି ପତ୍ର
ଛତ୍ରପୁର,(ଓ୍ବାଇଏନ୍ଏସ୍) : ତହସିଲ ଆର୍ଯ୍ୟପଲ୍ଲୀ ଗ୍ରାମ ଠାରେ ନୂତନ ଫିସିଂ ହାରବୋର (ମାଛମରା ଜେଟି) ପ୍ରତିଷ୍ଠା ନେଇ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟକର୍ମୀ ୟୁନିୟନ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କୁ ସାକ୍ଷତ କରି ଆର୍ଯ୍ୟପଲ୍ଲୀ ଠାରେ ତୁରନ୍ତ ଆଧୁନିକ ଧରଣର ମାଛମରା ଜେଟି ପ୍ରତିଷ୍ଠା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ୟୁନିୟନ୍ର ଜିଲ୍ଲା ସଭାପତି ବି.ସିମାଦ୍ରୀଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ମତ୍ସ୍ୟଜୀବୀ ଉପସ୍ଥିତ ଦାବି ପତ୍ର ପ୍ରଦାନ କରି ଆଲୋଚନା କରିଛନ୍ତି । କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ରହିଛି । ଖୁବ୍ ଶୀଘ୍ର ଆର୍ଯ୍ୟପଲ୍ଲୀ ଗ୍ରାମରେ ଆଧୁନିକ ଧରଣର ମାଛମରା ଜେଟି ପ୍ରତିଷ୍ଠା ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ବୋଲି ଜିଲ୍ଲାପାଳ ମତ୍ସ୍ୟଜୀବୀମାନଙ୍କୁ କହିଥିଲେ । ଆର୍ଯ୍ୟପଲ୍ଲୀ ଠାରେ ନୂତନ ଫିସିଂ ହାରବୋର ପ୍ରତିଷ୍ଠା ହେଲେ ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳ ଅଞ୍ଚଳର ଥିବା ୨୭ ଟି ଗ୍ରାମର ୩୫ ହଜାର ମତ୍ସ୍ୟଜୀବୀ ପରିବାର ଉପକୃତ ହୋଇପାରିବେ । ଗୋପାଳପୁର ବନ୍ଦର ପରିସରରେ ଥିବା ମାଛମରା ଜେଟିକୁ ବ୍ୟବହାର କରି ଆସୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ମାଛମରା ଜେଟି ସହ ସଂପୃକ୍ତ ହୋଇଥିବା ଚେନେଲଟି ବାଲି ମାଡିଯାଇ ସଂପୂର୍ଣ୍ଣ ପୋତି ହୋଇଯାଇଥିବା ହେତୁ ମାଛ ମାରିବା ସକାଶେ ଆମ୍ଭର ଡଙ୍ଗାକୁ ସମୁଦ୍ର ଭିତରକୁ ନେବା ଆଣିବା କରିବା ଓ ଡଙ୍ଗାକୁ ସୁରକ୍ଷିତ ଭାବେ ରଖିବା ଅସୁବିଧା ଯୋଗୁଁ ମତ୍ସ୍ୟଜୀବୀମାନେ ବିଗତ ୧୦ ବର୍ଷ ହେଲା ବହୁ କ୍ଷତିଗ୍ରସ୍ତ ହେବାକୁ ପଡିଛି । ନିଜ ଏବଂ ନିଜ ପରିବାରର ପେଟପାଟଣା ନିମନ୍ତେ ନିଜର ଭିଟାମାଟିକୁ ଛାଡି ଦାଦନ ଖଟିବାକୁ ଆନ୍ଧ୍ର, ତାମିଲନାଡୁ, ଗୁଜରାଟ, ମହାରାଷ୍ଟ୍ରଓ କେରଳ ରାଜ୍ୟମାନଙ୍କୁ ଯାଇ ସେଠାରେ ଲାଞ୍ଚନାର ଶିକାର ହୋଇ ବହୁ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି । ଯାହା ଆମ୍ଭ ମତ୍ସ୍ୟଜୀବୀଙ୍କ ଆର୍ଥିକ ମାନଦଣ୍ଡ ଭୁସୁଡି ପଡିଛି । ଏଣୁ ଆର୍ଯ୍ୟପଲ୍ଲୀ ଗ୍ରାମ ନିକଟରେ ପ୍ରସ୍ତାବିତ ହୋଇ ରହିଥିବା ନୂତନ ଫିସିଂ ହାର୍ବରକୁ ତୁରନ୍ତ ସ୍ଥାପନ କରି ଜନହିତକର ସରକାର ରୂପେ ପ୍ରତିପାଦନ ହେବା ନିମନ୍ତେ ଆଜି ମୁଖ୍ୟମନ୍ତ୍ର୍ରୀୁ ମତ୍ସ୍ୟକର୍ମୀ ୟୁନିୟନ ପକ୍ଷରୁ ଅନୁରୋଧ କରାଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ମତ୍ସ୍ୟକର୍ମୀ ୟୁନିୟନ ସଭାପତି ବି.ସିମାଦ୍ରୀଙ୍କ ସମେତ ପି.ମାଧେୟା, ଏମ୍.ଚନ୍ଦ୍ରୟା, ବି.ଏରେୟା, ଏମ୍.କ୍ରିଷ୍ଣା, ଏମ୍.ସିମାଦ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।