ଆର୍ଯ୍ୟପଲ୍ଲୀ ମୁଖ୍ୟ ରାସ୍ତାରେ ଦୂଷିତ ପାଣି : ଡେଙ୍ଗୁ ରୋଗୀ ଚିହ୍ନଟ ଆଶଙ୍କା
ଛତ୍ରପୁର, (ଦେବଦତ୍ତ ମହାରଣା) :: ରାଜପଥ ଠାରୁ ଆର୍ଯ୍ୟପଲ୍ଲୀ ଯିବାକୁ ଥିବା ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱ ରେ ବର୍ଷା ପାଣି ସହ ଦୂଷିତ ପାଣି ଭାସୁଥିବାର ଦେଖିବାକୁ ମିଳିଛି । ଯାହାଫଳ ରେ ଲୋକମାନେ ଯାତାୟତ ରେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏହା ସହ ମୁଖ୍ୟରାସ୍ତା ର ଉଭୟ ପାର୍ଶ୍ୱ ରେ ଦୂଷିତ ପାଣି ଜମି ରହିଛି l ଏହି ପାଣି ରାସ୍ତାରେ ଭାସୁଛି l ଜଳ ନିଷ୍କାସନ ର ସୁବ୍ୟବସ୍ଥା ହୋଇନଥିବା ରୁ ଏପରି ଅବସ୍ଥା ଦେଖିବାକୁ ମିଳିଛି l ଗତ କିଛି ଦିନ ତଳେ ଆର୍ଯ୍ୟପଲ୍ଲୀ ପଂଚାୟତ ରୁ 30ରୁ ଉର୍ଦ୍ଧ ଡେଙ୍ଗୁ ରୋଗୀ ସରକାରୀ ଭାବେ ଚିହ୍ନଟ ହୋଇଥିବା ବେଳେ ବେସରକାରୀ ଭାବେ ଏହା ଠାରୁ ଅଧିକା ରହିଛନ୍ତି l ତେଣୁ ଏହି ଦୂଷିତ ପାଣି ଗ୍ରାମର ମୁଖ୍ୟ ରାସ୍ତାରେ ଭାସିବା ସହ ଉଭୟ ପାର୍ଶ୍ଵରେ ଜମିରହିବା ଯୋଗୁଁ ଅଧିକ ଡେଙ୍ଗୁ ରୋଗ ବ୍ୟାପିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଣୁ ଏଦିଗରେ ପ୍ରଶାସନ ତୁରନ୍ତ ଧ୍ୟାନ ଦେବା ପାଇଁ ପି. ରାମ ବାବୁ, ଜିତେନ୍ଦ୍ର ନାୟକ, ଏନ ଦିନବନ୍ଧୁ ଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ମାନେ ଦାବୀ କରିଛନ୍ତି ।


