ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଗଂଜାମ ପୁଲିସ ଜିଲ୍ଲାର ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ ଦ୍ୱାରା ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାଶଙ୍କ ତତ୍ୱାବଧାନରେ ଆଜି ସାମୁଦ୍ରିକ ଥାନା ଇଲାକାର ବଡଆର୍ଯ୍ୟପଲ୍ଲୀ, ସାନଆର୍ଯ୍ୟପଲ୍ଲୀ ଗ୍ରାମ ଏବଂ ଓଡିଆରପି କଲୋନୀ ଆଦି ଅଂଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲ।। ଏଥିରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ସର୍ମିଷ୍ଠା ପ୍ରଧାନ, ଚମାଖଣ୍ଡି ଥାନା ଅଧିକାରୀ ସହଦେବ ମହାପାତ୍ର, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟଙ୍କ ସମେତ ଏକ ପ୍ଲାଟୁନ ସିଆରପିଏଫ୍ ଏବଂ ବହୁ ପୁଲିସ ଅଧିକାରୀ ସାମିଲ ହୋଇଥିଲେ ।


