ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଆମ ପୋଲିସ୍ ସମିତି ର ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ପୋଲିସ୍ ଜିଲ୍ଲା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଆମ ପୋଲିସ୍ ସମିତି ର ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ଏକ ସଚେତନତା ବୈଠକ ଥାନାଧିକାରୀଣୀ ମମତା କୁମାରୀ ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ବାସନ୍ଦ କୁ ନା, ଗୁଣି ଗାରେଡି, ବାଲ୍ୟ ବିବାହ ରୋକିବା, ଟ୍ରାଫିକ ନିୟମ ମାନିବା, ସାଇବର ଠକେଇ ଭଳି ବିଭିନ୍ନ ସଚେତନ ମୂଳକ କାର୍ଯ୍ୟ ଉପରେ ଥାନାଧିକାରୀଣୀ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସଆଇ ଏ.ଏନ.ଏମ. ରାଓଙ୍କ ସମେତ ଗ୍ରାମର ବହୁ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହିଥିଲେ ।


