ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପକ୍ଷରୁ ଆମ ପୋଲିସ୍ ସମିତି ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ପୋଲିସ୍ ଜିଲ୍ଲା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଆମ ପୋଲିସ୍ ସମିତି ପକ୍ଷରୁ ଆର୍ଯ୍ୟପଲ୍ଲୀ ନ୍ୟୁ ଓଡିଆରପି କଲୋନୀ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଥାନାଧିକାରୀଣୀ ମମତା କୁମାରୀ ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ବାସନ୍ଦ କୁ ନା, ଗୁଣି ଗାରେଡି, ବାଲ୍ୟ ବିବାହ ରୋକିବା, ଟ୍ରାଫିକ ନିୟମ ମାନିବା, ସାଇବର ଠକେଇ ଭଳି ବିଭିନ୍ନ ସଚେତନ ମୂଳକ କାର୍ଯ୍ୟ ଉପରେ ଥାନାଧିକାରୀଣୀ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସଆଇ ଏ.ଏନ.ଏମ. ରାଓ, ଯୁବ ନେତା କାହ୍ନୁ ଚରଣ ବେହେରା, ଜି. ଗୁରେୟା, ଡି. ମାସିଆନିଙ୍କ ସମେତ କଲୋନୀର ବହୁ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ