ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ତରଫରୁ ପରିବେଶ ସଚେତନତା ପଦଯାତ୍ରା

ପରିବେଶ ର ସୁରକ୍ଷା ଓ ସଚେତନତା ପଦଯାତ୍ରା ବ୍ରହ୍ମପୁର ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ତରଫରୁ ଜୁନ ପନ୍ଦର ତାରିଖ ଠାରୁ ପଦଯାତ୍ରା ଆରମ୍ଭ କରି ଗତକାଲି ଗୋପବନ୍ଧୁ ଭବନ ସ୍ଥିତ କଟକ ସହରରେ ପୂଣ୍୍ୟ ପ୍ରାଣ ଉକ୍ରଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୁତ୍ତିରେ ମାଲ୍ୟାର୍ପଣ କରି ପଦଯାତ୍ରା ଆରମ୍ଭ କରିଥିଲେ । ଡାକବାଜି ଯନ୍ତ୍ର ଓ ଶଙ୍ଖ ଘଣ୍ଟ ବଜାଇ ଲୋକମାନଙ୍କୁ ପରିବେଶ ଉପରେ ସଚେତନତା କରାଇଥିଲେ । ଏହା ସହ ପଦଯାତ୍ରା ସମୟରେ ପଲିଥିନ ପ୍ଲାଷ୍ଟିକ ବର୍ଜନ ଓ ଜଳ ସଂରକ୍ଷଣ ଓ ଜଳକୁ ଦୂଷିତରୁ ମୁକ୍ତ ରଖିବା ବ୍ୟାପକ ବୃକ୍ଷ୍ୟରୋପଣ ପାଇଁ ଲୋକମାନଙ୍କୁ ସଚେତନତା କରାଇଥିଲେ । ଏହା ସକାଳ ୧୦ ଘଣ୍ଟିକା ଠାରୁ ସାଢେ ୪ ଟା ପର୍ଯ୍ୟନ୍ତ ବକ୍ସି ବଜାର , ଦରଘା ବଜାର ,ନୟା ସଡକ, ଚୈାଧୁରୀ ବଜାର ,ହାଇକୋର୍ଟ ଅଂଚଳ ,ମଙ୍ଗଳବାଗ ୍ , ରାଣୀ ହାଟ , ରେଭେନସା କଲେଜ ଛକ ,ବଜ୍ରକବାଟି ରୋଡ ,ଦୋଳମୁଣ୍ଡାଇ , ବୋଦାମ୍ବାଡି ଓ ଲିଙ୍କ ରୋଡରେ ଆଦି ପଦଯାତ୍ରା କରିଥିଲେ । ପଦଯାତା କରୁଥିବା ସମସ୍ତ ଜନସାଧାରଣ ମାନେ ଲୋକମାନଙ୍କୁ ଅପକାରିତା ଓ ଉପକାରିତା ଉପରେ ଆଲୋକପାତ କରିଥିଲେ । ହାତରେ ପ୍ଲାଇକାର୍ଡ ,ଶଙ୍ଖ , ଘଣ୍ଟଆଦି ଶୋଭାଯାତ୍ରା ରେ ବ୍ୟବହାର କରି ଲୋକ ମାନଙ୍କ ପାଖକୁ ଯାଇ ବୁଝାଇଥିଲେ । ଏହି ପଦଯାତ୍ରାରେ ଆର୍ଯ୍ୟଭଟ୍ଟର ସ୍ୱେଚ୍ଛାସେବୀ ତଥା ଅବସର ପ୍ରାପ୍ତ ଶିକ୍ଷକ ଶ୍ୟାମସୁୁନ୍ଦର ଖାଡଙ୍ଗା , ଇଂ . ରାଜା ସୁରେଶ ,ସ୍ୱାରାଜ୍ୟ ସୁବୁଦ୍ଧି ,ଅନନ୍ତ ମହାନ୍ତି ,ସୁସୁନ୍ତ ମହାନ୍ତି ,ଇଂ . ପ୍ରକାଶ ରାଓ ,କୁଣ୍ଡଳ ଅବିନାଶ , ଭୀମରାଜୁ ପାତ୍ର . ଶିବାଶଷ ଖାଡଙ୍ଗା , ସଂଗ୍ରାମ ପାତ୍ର ,ସୁକାନ୍ତ ଗୈାଡ , ଓ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ଚ୍ୟାୟାରମ୍ୟାନ୍ ସୁଧୀର କୁମାର ରାଉତ ପ୍ରମୁଖ ପଦଯାତ୍ରାରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ