ଆର୍ଯ୍ୟ ସମାଜ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟସମାଜ ପକ୍ଷରୁ ଗତକାଲି ପୂର୍ବାହ୍ନରେ ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ପରିସରରେ ଜାତୀୟ ପତାକା ଉତ୍ତୋଳନ କରି ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଭାରତବର୍ଷର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଲକ୍ଷ ଲକ୍ଷ ସଂଗ୍ରାମୀଙ୍କ ତ୍ୟାଗ ଉପରେ ଆମେ ନିଜକୁ ଭାରତୀୟ କହି ଗର୍ବ କରୁଥିବା ବେଳେ ସ୍ୱାଧୀନତା ସଂଗ୍ରାମଙ୍କୁ ବିରୋଧ କରୁଥିବା କିଛି ସଂସ୍ଥା, ବ୍ୟକ୍ତି ଭାରତବର୍ଷର ସ୍ୱାଧୀନତା ସଂଗ୍ରାମକୁ ନେଇ ମନଗଢା କାହାଣୀ ସୃଷ୍ଟି କରିବା ଅତ୍ୟନ୍ତ ନିନ୍ଦନୀୟ । ଆଜିର ଯୁବପିଢିଙ୍କୁ ଇତିହାସ ପଢିବାକୁ ସେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ବରୁଣରାଜ ପରିଚାଳନା କରିଥିଲେ । ସରକାରଙ୍କ କୋଭିଡ଼ ଗାଇଡ଼ ଲାଇନମତେ କାର୍ଯ୍ୟକ୍ରମକୁ ସଂକ୍ଷିପ୍ତ କରାଯାଇଥିଲା । ଇଂ ବିବେକାନନ୍ଦ ପାତ୍ର ସ୍ୱାଗତ ଭାଷଣ ଓ ନଳିନୀକାନ୍ତ ରାଉତ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଆଶୁତୋଷ ମିଶ୍ର, ସୁଦାମ ଭୂଇଁ ପ୍ରମୁଖ ଉପସ୍ଥିତ ଥିଲେ ।