ଆର୍ଶୀବାଦ ଯୋଜନା ନାଁରେ ରାଜ୍ୟ ସରକାର ଓଡିଶାର ଶିଶୁ ମାନଙ୍କୁ ଉପେକ୍ଷିତ କରିଛନ୍ତି : ବିଜେପି

ଭୁବନେଶ୍ୱର, (ୱାଇଏନ୍ ଏସ୍‌): କୋଭିଡ୍‌ରେ ଅନାଥ ହୋଇଥିବା ଶିଶୁ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆର୍ଥିକ ସହାୟତା ଘୋଷଣା କରିବାର ତୁରନ୍ତ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଯେ ଓଡିଶାରେ କରୋନାରେ ହରାଇଥିବା ବାପା ମା ହରାଇଥିବା ଶିଶୁଙ୍କୁ ୨୫୦୦ ଓ ଯଦି ଜଣଙ୍କୁ ହରାଇଥାନ୍ତି ତେବେ ୧୫୦୦ ଦେବେ ବୋଲି ଘୋଷଣା କଲେ । ଦୁଃଖ ଏବଂ ପରିତାପର ବିଷୟ ଯେ କେତେ ପିଲା ଏବଂ କେଉଁମାନେ ଏହି ଯୋଜନାରେ ଉପକୃତ ହେଲେ ରାଜ୍ୟସରକାର ଏପର୍ଯ୍ୟନ୍ତ କହିନାହାଁନ୍ତି । ଅପରପକ୍ଷରେ ହଠାତ୍ ଘୋଷଣା କଲେ ସେପ୍ଟେମ୍ବର ୧୫ ପାଖରୁ ଏହି ଯୋଜନା ବନ୍ଦ ହୋଇଗଲା ତେବେ ସେପ୍ଟେମ୍ବର ୧୫ପାଖରୁ ରାଜ୍ୟରୁ ସମ୍ପୂର୍ଣ୍ଣ ହଟିଗଲା ନା କରୋନାରେ ଆଉ କେହି ମୃତ୍ୟୁ ବରଣ କଲେନାହିଁ । କୌଣସି ପିଲା ଅନାଥ ହେଉନାହାଁନ୍ତି କି? ଯଦି ସେମିତି କଥା ତେବେ ସେପ୍ଟେମ୍ବର ୧୫ରୁ ଓଡିଶା କରୋନା ମୁକ୍ତ ହେଲା ବୋଲି ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଇତି ମଧ୍ୟରେ ରାଜ୍ୟ ସରକାର ଏହି ଯୋଜନାକୁ ଅର୍ଥ ଦେବା ଆରମ୍ଭ କଲେ ୨୦ଜୁନ୍ ୨୦୨୧ପାଖରୁ ସେହି ସମୟରୁ ଆଜି ପର୍ଯ୍ୟନ୍ତ କେତେ ପିଲା ଉପକୃତ ହେଲେ ସେହି ପିଲା ମାନଙ୍କର ନାମ ଠିକଣା କେଉଁଠି ତାଙ୍କର ପାଠପଢାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ଏବଂ କେତେ ଅର୍ଥ ଏ ପିଲାଙ୍କୁ ଦିଆଯାଇଛି ଏହାର ବେନିଫିସିଆରି ଲିଷ୍ଟ୍ ହିତାଧିକାରୀ ମାନଙ୍କର ସୂଚୀକୁ ସର୍ବଜନୀନ କରିବା ପାଇଁ ଡ. ସାମନ୍ତସିଂହାର ଦାବୀ କରିଛନ୍ତି । ସେହିପରି କେଉଁ ଫଣ୍ଡ୍‌ରୁ ଆଣି ରାଜ୍ୟ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା କଥା ଭାବିଥିଲେ ଯେତେବେଳେ କୌଣସି ଅର୍ଥ ନାହିଁ ସେତେବେଳେ ଆର୍ଥିକ ସହାୟତା ଦେବାର ପ୍ରଶ୍ନ କେଉଁଠୁ ଉଠୁଛି । ରାଜ୍ୟ ସରକାର ଆର୍ଶୀବାଦ ଯୋଜନା ଘୋଷଣା କରିଛନ୍ତି ସେହି ଆର୍ଶିବାଦ ଯୋଜନାରେ ଅନାଥ ଶିଶୁକୁ ୧୮ବର୍ଷ ହେଲା ଯାଏଁ ମାସକୁ ୨୫୦୦ଟଙ୍କା ମିଳିବ ବୋଲି କହୁଛନ୍ତି କିନ୍ତୁ କାହାକୁ ମିଳିଛି ଆମେ ଜାଣିନାହୁଁ । ଆଜି ୨୫୦୦ଟଙ୍କାର କିଛି ମୂଲ୍ୟ ଥାଇପାରେ କିନ୍ତୁ ୧୮ବର୍ଷ ପରେ ଏହାର ମୂଲ୍ୟ କ’ଣ ଥିବ ।ଯେଉଁ ଅର୍ଥର କୌଣସି ପ୍ରଭାବ ରହୁଥିବ ସେହିଭଳି ଅର୍ଥ ନଦେଇ ମାସକୁ ୨୫୦୦ଟଙ୍କା ଆଜି ଘୋଷଣା କରିବେ ତେବେ ୧୮ବର୍ଷ ପରେ ବି ୨୫୦୦ଟଙ୍କା ଦେଉଥିବେ ସେ ପିଲାର ୧୮ବର୍ଷ ପରେ ୨୫୦୦ଟଙ୍କା କେଉଁ କାମରେ ଲାଗିବ ଏହାକୁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ଡ. ସାମନ୍ତସିଂହାର କହିଛନ୍ତି ।
ଏହି ଯୋଜନାର ସବୁଠୁ ବଡ ସ୍କାମ୍ ହେଉଛି ଏହା ଏକ ମିଥ୍ୟା ଯୋଜନା । ଯେମିତି ଆୟୁଷ୍ମାନ୍ ଭାରତ ଯୋଜନାରେ କାଳେ ମୋଦିଜୀ ନା ନେଇଯିବେ ବୋଲି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କଲେ ଏହା ଏକ କହିଦେବା ପାଇଁ ଗୋଟିଏ କଥା ।ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।ଆମ ରାଜ୍ୟର ପିଲା ମାନଙ୍କର ଭରଣ ପୋଷଣ କରିବାର ଦାୟିତ୍ୱ ରାଜ୍ୟ ସରକାର ନିଜେ ଅନୁଭବ କରି ଏହାକୁ କାର୍ଯ୍ୟକାରୀ କରିବା ଉଚିତ୍ । ଯୋଜନା ଯେଉଁ ଫର୍ମରେ ରହିଛି ସେହି ଫର୍ମରେ କାହାର ଉପକାର ହୋଇନାହିଁ କି ହେବନାହିଁ । ତେଣୁ ରାଜ୍ୟ ସରକାର ସ୍ପଷ୍ଟ ହିତାଧିକାରୀ ଲିଷ୍ଟ୍ ଦିଅନ୍ତୁ ଓ କେତେ ଜଣ ପିଲା ତାହା ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ