ଆର୍‌.ଉଦୟଗିରି ଜେଏମ୍‌ଏଫସି କୋର୍ଟର ରାୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକର ଛେଳିଗଡ ଗ୍ରାମର ଶିକ୍ଷକ କାର୍ତ୍ତିକ ପାଇକଙ୍କ ଘରୁ ଚୋରି ଘଟଣାର ରାୟ ପ୍ରକାଶ ପାଇଛି । ଆର୍‌.ଉଦୟଗିରି ଜେଏମ୍‌ଏଫସି କୋର୍ଟ ବିଚାରପତି ପାରସ ପାଢୀ ଏହି ଘଟଣାର ବିଚାର କରି ଆର୍‌.ଉଦୟଗିରି ନିକଟସ୍ଥ ପାରିଭେଟା ଗ୍ରାମର ଜଗଦିଶ ବଡରଇତଙ୍କୁ ଦୋଷୀ ସ୍ୟାସ୍ତ କରି ଆଇପିସି ୩୮୦/୪୫୭ ଧାରାରେ ୨ ବର୍ଷ ଜେଲ ଦଣ୍ଡାଦେଶ ସହ ଜରିମାନା ବାବଦରେ ୩ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ହେଲେ ଏକ ମାସ ଅତିରିକ୍ତ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି ରାୟ ପ୍ରକାଶ କରହିଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ ୦୨.୦୨.୨୦୨୧ତାରିଖରେ ଆର୍‌.ଉଦୟଗରି ନିକଟସ୍ଥ ଛୋଳିଗଡ ଗ୍ରାମର କାର୍ତ୍ତିକ ପାଇକଙ୍କ ଘରୁ ଏକ ହୋଣ୍ଡା କମ୍ପାନୀର ମୋଟର ସାଇକେଲ ଏବଂ ନଗତ ୩ହଜାର ଟଙ୍କା ଚୋରୀ ହୋଇଥିଲା । ଏନେି କାର୍ତ୍ତିକ ପାଇକ ଆର.ଉଦୟଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସ୍ଥାନୀୟ ପୋଲିସ କେସ ନମ୍ବର ୨୫/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥଲେ । ପରେ ଏହି ମାମଲା କୋର୍ଟକୁ ଆସିଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ସନ୍ତୋଷ କୁମାର ଶବର ପରିଚାଳନା କରିଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ