ଆର୍.ଏସ୍.ବି ଟ୍ରାନ୍ସମିଶନ ରେ ରକ୍ତଦାନ ଶିବିର ୬୬ ୟୁନିଟ୍ ରକ୍ତ ସଂଗ୍ରହ
ଚୌଦ୍ଵାର(ସଞ୍ଜୀବ କୁମାର ତିୱାରୀ) : ଟାଙ୍ଗୀ ଚୌଦ୍ବାର ବ୍ଲକ ଉଚ୍ଚପଦା ପଞ୍ଚାୟତ ମଣିଆ ସ୍ଥିତ ଆର୍.ଏସ୍.ବି ଟ୍ରାନ୍ସମିଶନ କାରଖାନା ପରିସରରେ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ୍ ୬୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। କାରଖାନାର ମାନବ ସମ୍ବଳ ଅଧିକାରୀ ସୁବ୍ରତ କୁମାର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶିବିରରେ କାରଖାନାର ମୁଖ୍ୟପରିଚାଳକ ରାକେଶ ଗୁପ୍ତା, ଡାକ୍ତର ବସନ୍ତ କୁମାର ସାହୁ, ବରିଷ୍ଠ ଅଧିକାରୀ ସୁବ୍ରତ ଆଚାର୍ଯ୍ୟ, ବାମଦେବ ମିଶ୍ର, କ୍ରୀଷ୍ଣା ସାହୁ, ଗୋପୀନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା କର୍ମଚାରୀ ଓ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ବାଦ- ଆମ ଓଡ଼ିଶା ର ଟାଙ୍ଗୀ ପ୍ରତିନିଧି ପ୍ରିତିରଞ୍ଜନ ବେହେରା ଶିବିର ସଂଯୋଜନା କରିଥିବା ବେଳେ ଏସ୍.ସି.ବି ମେଡିକାଲ୍ ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ଦେବୀ ପ୍ରସାଦ ସାହୁଙ୍କ ନେତୃତ୍ୱରେ ପ୍ରସନ୍ନ କୁମାର ଦାସ, ରାମଚନ୍ଦ୍ର ଖଟୁଆ, ସଦାନନ୍ଦ ଜେନା, ସୁମନ୍ତ କୁମାର ବେହେରା, ବିଷ୍ଣୁ ପ୍ରସାଦ ଘୋଷ ଓ ବିଶ୍ୱଜିତ୍ ଦୀକ୍ଷିତ ରକ୍ତ ସଂଗ୍ରହ କାର୍ଯ୍ୟ କରିଥିବା ବେଳେ ଆମ ଓଡ଼ିଶାର ସ୍ବେଚ୍ଛାସେବୀ କ୍ଷେତ୍ରବାସୀ ବରାଳ, ପ୍ରଦୀପ୍ତ କୁମାର ସାହୁ, ନିହାର ରଞ୍ଜନ ସାହୁ, ସୁରେଶ ଚନ୍ଦ୍ର ମହନ୍ତ, ସନ୍ତୋଷ ଦାସ,ପ୍ରଦ୍ୟୁମ୍ନ ବିଶୋଇ, ଓ ମିର୍ଜା ନସିମ୍ ବେଗ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।