ଆର.ଉଦୟଗିରିରେ କାର୍ତ୍ତିକ ପୂର୍ଣ୍ଣିମା ଲାଗି ନିରାଡ଼ମ୍ବରରେ ପାଳିତ ହେଲା

ଆର.ଉଦୟଗିରି,(ଦେବାଶିଷ କାର୍ଜି): ଚଳିତ ବର୍ଷ କରୋନା କଟକଣା ଲାଗି ସରକାରଙ୍କ ନିୟମ ପ୍ରକାରେ ବୋଇତ ଭସାଣି ବନ୍ଦ ଥିବାବେଳେ କାର୍ତ୍ତିକ ମାସରେ ପଡୁଥିବା ପଞ୍ଚୁକ ପାଞ୍ଚ ଦିନ ଧରି ଚାଲୁ ରହୁଥିବା ଅଷ୍ଟପ୍ରହରୀ ବା ହରି ନାମ ସଂକୀର୍ତ୍ତନ ବନ୍ଦ ରହିଥିଲା. କେବଳ ପରମ୍ପରାକୁ ବଜାୟ ରଖିବା ଲାଗି ଆର.ଉଦୟଗିରି ସହରରେ ଥିବା ସମସ୍ତ କୀର୍ତ୍ତନ ମଣ୍ଡଳୀ ଅବା ରାଧା କୃଷ୍ଣ ପ୍ରେମୀମାନେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଗୋଟେ ଦିନ ହିଁ ଅଷ୍ଟପ୍ରହରୀ ଯଜ୍ଞ ସାମାଜିକ ଦୂରତା ବଜାୟ ରଖି ଅୟୋଜନ କରିଥିବା ଦେଖିବାକୁ ମିଳିଛି . ତେବେ ପୂର୍ବ ବର୍ଷ ମାନଙ୍କରେ ଏହି ଅଷ୍ଟ ପ୍ରହରୀ ପାଞ୍ଚ ଦିନ ଧରି ଚାଲୁ ରହୁଥିବା ବେଳେ କିନ୍ତୁ ଚଳିତ ବର୍ଷ କରୋନା କଟକଣା ନିୟମ ପ୍ରକାରେ ଗୋଟିଏ ଦିନ ନାମ ଯଜ୍ଞ କରିବା ସହ ଚଳିତ ବର୍ଷ ବିନା ସାଜ ସଜା ଓ ବେତାର ଧ୍ୱନିରେ ପାଳିତ ହୋଇଥିଲା ଏହି ଅଷ୍ଟପ୍ରହରୀ ବା କାର୍ତ୍ତିକ ପୂର୍ଣ୍ଣିମା ପୂଜା . ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଅଷ୍ଟ ପ୍ରହରୀ ବା ନାମ ଯଜ୍ଞ ବେସ ଆଡମ୍ବର ସହ ଯାକ ଜକମରେ ପୂର୍ବ ବର୍ଷ ମାନଙ୍କରେ ପାଳିତ ହେଉଥିବା ବେଳେ କିନ୍ତୁ ଚଳିତ ବର୍ଷ କରନା କଟକଣା ଯେପରି ଶ୍ରଦ୍ଧାଳୁଙ୍କ ସମସ୍ତ ଖୁସି ଛଡାଇ ନେଇଛି . ତେବେ ପରମ୍ପରାକୁ ବଜାୟ ରଖିବାଲାଗି ସହରରେ ଥିବା ସମସ୍ତ ସାହିରେ ଏହି ଅଷ୍ଟପ୍ରହରୀ ବା କାର୍ତ୍ତିକ ପୂର୍ଣ୍ଣିମା ପୂଜା ନିରାଡ଼ମ୍ବର ସହ ପାଳନ କରିଥିବା ଦେଖିବାକୁ ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ