ଆର.ଉଦୟଗିରିରେ ଧର୍ମଘଟର ପ୍ରଭାବ

ଆର.ଉଦୟଗିରି, (ଦେବାଶିଷ କାର୍ଜି):ଗଜପତି ଜିଲ୍ଲା ଆର.ଉଦୟଗିରିରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି. ସର୍ବଭାରତୀୟ ଟ୍ରେଡ଼ ୟୁନିୟନ ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦ ପରିପ୍ରେକ୍ଷୀରେ ଆଜି ସଖାଳୁ ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡି ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ବସ ଚଳା ଚଳ ବନ୍ଦ ସାଙ୍ଗକୁ ୩୨୬ ଜାତୀୟ ରାଜପଥରେ ବସ, ଟ୍ରକ, କାର ଚଳା ଚଳ ସମ୍ପୁର୍ଣ ମାତ୍ରାରେ ବନ୍ଦ ରହିଥିଲା ତା ସହ ଆର.ଉଦୟଗିରି ସହରର ମୁଖ୍ୟ ବଜାରରେ ଥିବା ସମସ୍ତ ଦୋକାନ ବଜାର ସମ୍ପୁର୍ଣ ମାତ୍ରାରେ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା. ଏହି କାର୍ଯ୍ୟ କ୍ରମରେ ଆଦିବାସୀ ଅଧିକାରୀ ମଞ୍ଚ ରାଜ୍ୟ ସଭାପତି ଦଣ୍ଡପାଣି ରଇତ , ସି ପି ଆଇ ଏମ ଦଳର ଆଞ୍ଚଳିକ ସମ୍ପାଦକ ଗୋକୁଳ ଦଳ ବେହେରା , କୃଷକ ସଭାର ବ୍ଲକ ସଭାପତି ତ୍ରିନାଥ ରଇତ , କୃଷକ ସାଥି ସୁରେନ୍ଦ୍ର ମଲିକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ