ଆର.ଉଦୟଗିରି ଦଧିବାମନଙ୍କ ନୃସିଂହ ବେଶ ଅନୁଷ୍ଠିତ
ଆର.ଉଦୟଗିରି, (ଦେବାଶିଷ କାର୍ଜି):ଗଜପତି ଜିଲ୍ଲା ଆର.ଉଦୟଗିରି ସହରରେ ଥିବା ଦଧିବାମନ ମହାପ୍ରଭୁ କାଳିଆ ଠାକୁରଙ୍କ ନୃସିଂହ ଅବତାର ଅନୁଷ୍ଠିତ ହୋଇଯାଇଛି ! ଚଳିତବର୍ଷ ରଥଯାତ୍ରାରେ କୋଭିଡ କଟକଣା ଯୋଗୁଁ ରଥଯାତ୍ରା ସମେତ ରଥ ନିର୍ମାଣ ହୋଇନଥିବାବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସରକାରଙ୍କ ନିୟମ ପ୍ରକାରେ ରଥଯାତ୍ରା ବନ୍ଦ ହୋଇଥିଲା !କେବଳ ପରମ୍ପରା ଓ ଲୀଳାମୟ ଠାକୁର କାଳିଆ ଶାନ୍ତଙ୍କ ନୀତିକାନ୍ତିକୁ ରକ୍ଷା କରିବାକୁ ଯାଇ ଚଳିତ ବର୍ଷ ଜଗନ୍ନାଥ ମନ୍ଦିରରେହିଁ ମହାପ୍ରଭୁଙ୍କ ନରସିଂହ ବେଶ ନିରାଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ! ତେବେ ଦୁଇ ବର୍ଷ ଧରି କାଳିଆ ଠାକୁରଙ୍କୁ ଆଡ଼ପମଣ୍ଡପ ବା ଗୁଣ୍ଡିଚାଘରେ ଦର୍ଶନ କରିନଥିବା ହେତୁ ଭକ୍ତଙ୍କ ମନରେ ଏକ ପ୍ରକାର ଶକ୍ତ ଧକା ଲାଗିଛି ! ଅନ୍ୟପଟେ ମନ୍ଦିରରେ ମହାପ୍ରଭୁ ଯାତ୍ରାର ଦଶଦିନ ଯାଏ ଦଶ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଉଥିବେଳେ ସେପଟେ କିନ୍ତୁ ଭକ୍ତ ଭଗବାନଙ୍କୁ ଦର୍ଶନ ପାଇବାରୁ ବଞ୍ଚିତ ରହୁଛି ସେପଟେ କରୋନା କଟକଣା ଭକ୍ତ ଓ ଭଗବାନ ମଧ୍ୟରେ ପାଚେରୀ ହୋଇ ଠିଆ ହୋଇ ରହିଛି !

 
            
