ଆର.ଉଦୟଗିରି ପୋଲିସଦ୍ୱାରା ଦୁଇ କୁଇଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ

ଆର. ଉଦୟଗିରି, (ଦେବାଶିଷ କାର୍ଜୀ): ଗଜପତି ଜିଲ୍ଲା ଗଞ୍ଜେଇ ମାଫିଆଙ୍କ ଚରା ଭୂଇଁ ପାଲଟିଥିବାବେଳେ ଆଜି ଆର.ଉଦୟଗିରି ପୋଲିସକୁ ମିଳିଛି ବଡ଼ ସଫଳତା ! ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି ! ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିବା ସହ ଚୋରା ଚାଲଣରେ ବ୍ୟବହୃତ ଗୋଟିଏ ପିକଅପ ଭ୍ୟାନ ଓ ୧୧୦୯ ମିନିଟ୍ରକ ଜବତ କରିଛି ଆର.ଉଦୟଗିରି ପୋଲିସ ! ପୋଲିସ ସୂଚନା ପ୍ରକାରେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ସନ୍ଧ୍ୟା ସମୟରେ ରାମଗିରି ଓ ଛେଳିଗଡ଼ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଛେଳିଗଡ଼ ଛକ ଠାରୁ ଅଳ୍ପ ଦୂରରେ ଥିବା ଏକ ଛକ ପାଖରେ ଏକ ପିକଅପ ଭ୍ୟାନ ଯାହାର ନମ୍ବର ଓ.ଆର.ଆର -07N-4997 ଏବଂ 1109 ମିନିଟ୍ରକ ଯାହାର ଗାଡି ନମ୍ବର JH -05BF -7203 ଦୁଇଟି ଗାଡିକୁ ସନ୍ଦେହରେ ତଲାସୀ କରିଥିଲେ ଏବଂ ତଲାସୀ ସମୟରେ ଉକ୍ତ ଦୁଇଟି ଗାଡ଼ିରୁ ଦୁଇ କୁଇଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ କରିବା ସହ ଉକ୍ତ ଗାଡ଼ିରେ ଥିବା ପାଞ୍ଚଜଣ ଲୋକଙ୍କୁ ଗିରଫ କରାଯାଇଛି | ସେମାନଙ୍କ ମଧ୍ୟରୁ ଦୁଇଜଣ ବାହାର ରାଜ୍ୟର ହୋଇଥିବାବେଳେ ସେମାନେ ହେଲେ ଝାରଖଣ୍ଡ ରାଜ୍ୟର ଧନବାଦ ଜିଲ୍ଲାର ରାମରତ୍ନ ୟାଦବ ଏବଂ ଅନ୍ୟଜଣେ ବିହାର ରାଜ୍ୟର ଦାମନି ଜିଲ୍ଲାର ଅମୀର ୟାଦବ ହୋଇଥିବାବେଳେ ଅନ୍ୟ ତିନିଜଣ ତଲଡା ଗ୍ରାମର ପ୍ରଦୀପ କିଶ୍ବର ଦଳାଇ ଓ ଜିବନଦିପ ଲିମ୍ମା ଅନ୍ୟଜଣେ ଛେଳିଗଡ଼ ଗ୍ରାମର ତପନ ପାଣି ଏହି ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରିଣୀ ମମତା ନାୟକ ସୂଚନା ଦେଇଛନ୍ତି ଉକ୍ତ ଗଞ୍ଜେଇ ଚଢ଼ାଉରେ ମାଜିଷ୍ଟେଟ ଦାୟିତ୍ୱରେ ଆର.ଉଦୟଗିରି ତହସିଲଦାର ସ୍ମୁତିରଞ୍ଜନ ଶତପଥି ଓ ଏ ଏସ ଆଇ ବି.କେ ଗୁଣ୍ଠା ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ