ଆର.ଏସ.ଏସ. ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ହିଂଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱରେ ଜୁନ ୨୧ ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷିରେ ହିଂଜିଳିକାଟୁ ପୌରାଂଚଳ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଙ୍ଘ ପକ୍ଷରୁ ଶୁକ୍ରବାର ଦିନ ସ୍ଥାନୀୟ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିୟମ ପରିସରରେ ଯୋଗ ଦିବସ ପାଳନ କରାଯାଇଛି । ପ୍ରାତଃହରୁ ସଙ୍ଘରର ସଦସ୍ୟ ମାନେ ସ୍ଥାନୀୟ ମିନି ଷ୍ଟାଡ଼ିୟମ ପରିସରରେ ପଂହଚି ଷ୍ଟାଡ଼ିୟମ ପରିସରକୁ ପରିଷ୍କାର କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲା ସଙ୍ଘ ଚାଳକ ଡ଼ାକ୍ତର ପ୍ରଭାକର ସାହୁ ଓ ସମ୍ମାନୀତ ଅତିଥି ଭାବେ ପତଂଜଳିଯୋଗ କେନ୍ଦ୍ର କାର୍ଯ୍ୟବାହ ଡ଼ାକ୍ତର ବୃନ୍ଦାବନ ପାଢି ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଆର.ଏସ.ଏସ ପକ୍ଷରୁ ଉପସ୍ଥିତ ବ୍ୟକ୍ତିମାନଙ୍କୁ ବିଭିନ୍ନ ପ୍ରକାର ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା । ପରିଶେଷରେ ଯୋଗ ଦ୍ୱାରା ଶରୀର ଓ ମନ ପ୍ରଫୁଲ ରହିବା ସହ ବିଭିନ୍ନ ପ୍ରକାର ରୋଗ ସଂକ୍ରମଣରୁ ରକ୍ଷା କରିଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଆର.ଏସ.ଏସର ଗଂଜାମ ଜିଲ୍ଲା ସଂଯୋଜକ ହରପ୍ରସାଦ ସ୍ୱାଇଁ, ସହଯୋଗୀ ଅଜିତ ନାୟକ, ଖଣ୍ଡ ସଂଯୋଜକ ସନ୍ୟାସି ପୃଷ୍ଟି, ଆଲୋକ କୁମାର ନାୟକ ପ୍ରମୁଖ ପରିଚାଳନା କାରିଥିଲେ ।କରୁଣାକର ବାଡ଼ତ୍ୟା, କଳାକାର ପୃଷ୍ଟି, ରମେଶ ଚନ୍ଦ୍ର ପଟ୍ଟନାୟକ, ଉମାଶଙ୍କର ପାଢି, ଚିତରଂଜନ ମହାରଣା, ସନ୍ତୋଷ ସାବତ, ରଂଜନ କୁମାର ସାହୁ, ଅନ୍ତର୍ଯ୍ୟାମି ପାତ୍ର, କୃଷ୍ଣ ମହାରଣା, କୃଷ୍ଣ ସେଠି, ରାକେଶ ରଥ, ରାଜେନ୍ଦ୍ର କୁମାର ପାଢି, କୋରା ପ୍ରସାଦ ବେହେରା, କୁମୁଦ ପାଢି, ଶ୍ରୀକାନ୍ତ ପ୍ରଧାନ, ମାଧବ ଗୌଡ଼ଙ୍କ ସମେତ ଆରଏସ.ଏସର ବହୁ କର୍ମକର୍ତା, ବହୁ ଆଇନଜୀବି, ବ୍ୟାଙ୍କ କର୍ମଚାରୀ, ଶିକ୍ଷାର୍ଥୀଙ୍କ ସମେତ ଅଂଚଳର ବହୁ ଜନସାଧାରଣ ଯୋଗ ଦେଇ ଯୋଗ ଶିକ୍ଷା କରିଥିଲେ ।


