ଆର.ଏସ.ଏସ. ପକ୍ଷରୁ ଗୁରୁପୂର୍ଣ୍ଣୀମା ପାଳିତ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମ ପରିସରରେ କାଟୁ ନଗର ରାଷ୍ଟ୍ରୀୟ ସ୍ୱଂୟ ସେବକ ସଙ୍ଘ ପକ୍ଷରୁ ମଙ୍ଗଳବାର ଦିନ ଗୁରୁପୂର୍ଣ୍ଣୀମା ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରଏସଏସର ଗଂଜାମ ଜିଲ୍ଲା ସେବା ପ୍ରମୁଖଅନ୍ତର୍ଯ୍ୟାମୀ ପ୍ରଧାନ ଓ ସ୍ମାନିତ ଅତିଥି ଭାବେ ଗଂଜାମ ଜିଲ୍ଲା ସଙ୍ଘ ଚାଳକ ଡ଼ାକ୍ତର ପ୍ରଭାକର ସାହୁ ଯୋଗେଦେଇ ଧ୍ୱଜା ବନ୍ଦନା କରିବା ସହ ରାଶି ଅର୍ପଣ କରାଯାଇଥିଲା । ପାଶ୍ଚାତ୍ୟ ସଂସ୍କୃତି ରକ୍ଷା କରି ମାତୃଭୁମି ପରମ ବୈଭବଶାଳି ପର୍ଯ୍ୟନ୍ତ ନେଇଯିବା ଆମରି ଲକ୍ଷ୍ୟ । ପ୍ରଭୁ ରାମଚନ୍ଦ୍ର, ବିକ୍ରମାଦିତ୍ୟ, ଛତ୍ରପତି ଶିବାଜୀ, ରାଣାପ୍ରତାପ ଲକ୍ଷ୍ମୀବାଇ ପ୍ରମୁଖ ଏହି ଗୌରିକ ପତକା ଧରି ଯୁଦ୍ଧରେ ଜୟଲାଭ କରିଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ୧୯୨୮ ମସିହାରେ ଗୁରୁପୂର୍ଣ୍ଣୀମା ଦିନ ଭଗବା ଧ୍ୱଜାକୁ ଗୁରୁ ରୂପେ ପ୍ରସ୍ତାବିତ କରି ଡ଼କ୍ଟରଜୀ ଗୁରୁଦକ୍ଷିଣା ଦେଇଥିଲେ । ସମସ୍ତଙ୍କ ଇଚ୍ଛାଥିଲା ଯେ, ଡ଼କ୍ଟରଜୀ ସଙ୍ଘର ଗୁରୁ ହୁଅନ୍ତୁ କିନ୍ତୁ ସେ ମନା କରି କହିଥିଲେ ଯେ, ଗୌରିକ ଧ୍ୱଜାକୁ ଗୁରୁ ରୂପେ ଗ୍ରହଣ କରାଗଲା । କାର୍ଯ୍ୟକ୍ରମରେ ହିଂଜିଳିକାଟୁ ସଙ୍ଘର ଶାରୀରିକ ପ୍ରମୁଖ ସନ୍ୟାସି ପୃଷ୍ଟି, ସନ୍ତୋଷ ସାବତ, ଉମା ପାଢି, ଡ଼ାକ୍ତର ବୃନ୍ଦାବନ ପାଢି, କୁମୁଦ ପାଢି, ରାଜେନ୍ଦ୍ର ପାଢି, କଳାକାର ପୃଷ୍ଟି, ଦେବେନ୍ଦ୍ର ସାହୁ କରୁଣାକର ବାଡ଼ତ୍ୟା, ମାଧବ ଗୌଡ଼ଙ୍କ ସମେତ ଆର.ଏସ.ଏସର ବହୁ ସଭ୍ୟ ଅଂଶ ଗ୍ରହଣ କରିଥିଲେ । ସେହିପରି ହିଂଜିଳିକାଟୁ ବ୍ଳକର ପୋଡ଼ିଙ୍ଗି, ସିକିରି, ରାଳବ, ସାପୁଆପଲ୍ଲୀ, ଗିରିଆ, ଆଲପୁର, ଅନ୍ତରିଗାଁ, ବ୍ରାହ୍ମଣଛାଇ, ପିତଳ ଗ୍ରାମରେ ମଧ୍ୟ ଆର.ଏସ.ଏସ. ପକ୍ଷରୁ ଗୁରୁପୂର୍ଣ୍ଣୀମା ପାଳିତ ହୋଇଯାଇଛି ।