ଆର ଏସ ଏସ ପକ୍ଷରୁ ବିଜୟା ଦଶମୀ ପାଳିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା କାଂଜିଆମା ଗ୍ରାମରେ ଆର ଏସ ଏସ ପକ୍ଷରୁ ବୁଧବାର ବିଜୟା ଦଶମୀ ଅବସରରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବୁଧବାର ଅପରାହ୍ନରେ ଗ୍ରାମର ବ୍ରହ୍ମଶ୍ୱେର ମନ୍ଦିର ପରିସରରୁ ଆର ଏସ ଏସର ଶାଖା କର୍ମକର୍ତା ମାନେ ପୂର୍ଣ୍ଣ ଗଣବେଶରେ ପଥ ସଂଚଳନ ସହକାରେ ଗ୍ରାମ ପରିକ୍ରମା କରିଥିଲେ । ପରେ ଗ୍ରାମ ପଡ଼ିଆ ନିକଟରେ ସମବେତ ହୋଇ ନିୟୁଦ୍ଧ, ବ୍ୟାୟାମଯୋଗ, ସମତା ଆଦିର ଭବ୍ୟ ଶାରୀରିକ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲଡ଼ୁ କିଶୋର ବେହେରା, ଓ ସମ୍ମାନିତ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପୁରୁଷୋତମ ଶାଖାର ପରିଚାଳକ ଅମର ବେହେରା ଯୋଗ ଦେଇ ସ୍ୱଂୟସେକ ମାନେ ଦେଶର ପ୍ରତ୍ୟେକ ସମାଧାନକୁ ଉପଯୋଗ ଏବଂ ସମାଧାନ କରିପାରିଲେ ରାଷ୍ଟ୍ରର ଉନ୍ନତି ସମ୍ଭବ ହୋଇପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ଶାଖା ମୁଖ୍ୟ ଶିକ୍ଷକ ଶୁଭମ ପୃଷ୍ଟି, ଶିବରାମ ପୃଷ୍ଟି ପରିଚାଳନା କରିଥିବା ବେଳେ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ସଙ୍ଘର କର୍ମକର୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ ।