ଆର. ଡି ବିଭାଗ ର ନିମ୍ନମାନ କାର୍ଯ୍ୟ ଯୋଗୁଁ ରାସ୍ତାରେ ବାରମ୍ବାର ଘଟୁଛି ଦୁର୍ଘଟଣା
ଜମନକିରା, (ଲିପନ ନାଏକ):ଜମନକିରା ବ୍ଲକ ବଡ଼ମାଳ ପଂଚାୟତ ଆର. ଡି ବିଭାଗ ପକ୍ଷରୁ ଛଅ ମାସ ପୂର୍ବରୁ ପାଞ୍ଚ କିଲୋମିଟର ରାସ୍ତା ମରାମତି ନିର୍ମାଣ ପାଇଁ ପ୍ରାୟ ୧୬ ଲକ୍ଷ ୪୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା l ବଡ଼ମାଳ ଗ୍ରାମରୁ ସୁଦବଲଣ୍ଡା କୁ ପାଞ୍ଚ କିଲୋମିଟର ରାସ୍ତା ଏକ ଠିକା ସଂସ୍ଥା ଦ୍ୱାରା କରାଯାଇଥିବା ବେଳେ ଠିକା ସଂସ୍ଥା ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏବେ ଏହି ରାସ୍ତାର କିଛିଦିନ ମଧ୍ୟରେ ହିଁ ବିଭିନ୍ନ ସ୍ଥାନରେ ପିଚୁ ଉଠିଯିବା ଶହ ମେଟାଲ ଗୋଡି ଗୁଡିକ ବାହାରି ପଡ଼ିଲାଣି l ଯାହା ଫଳରେ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ତଥା ସ୍କୁଲ ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି l ଗତ ଶନିବାର ଏହି ରାସ୍ତାରେ ଏକ କାର ଓ ବାଇକ ମଧ୍ୟ୍ୟରେ ରାସ୍ତା ଯୋଗୁଁ ଦୁର୍ଘଟଣା ଘଟିଥିବା ବେଳେ ମୃତ୍ୟୁ ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବାଇକ ଆରୋହୀ। ଦୁର୍ଘଟଣା ଯୋଗୁଁ ବର୍ତମାନ ବାଇକ ଆରୋହୀ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି l ଯାହା ଫଳରେ ଅଂଚଳବାସୀ ଠିକା ସଂସ୍ଥାର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି l ଏହିପରିକି ରାସ୍ତା ନିର୍ମାଣ ସମୟରେ ଠିକା ସଂସ୍ଥା ପକ୍ଷରୁ ନିମ୍ନମାନର କାର୍ଯ୍ୟ କରୁଥିବା ଦେଖି ଠିକା ସଂସ୍ଥାକୁ ତାଗିତ ମଧ୍ୟ କରିଥିଲେ l ଏହାକୁ ନେଇ ସେହି ସମୟରେ ଜମନକିରା ଆର. ଡି ବିଭାଗ ଅଧିକାରି ଅଶୋକ ଦାସ ଙ୍କୁ ଯୋଗାଯୋଗ ଯୋଗ କରି ବୁଝାଯାଇଥିବାରୁ ଗ୍ରାମବାସୀ ଙ୍କ ଅବହେଳା ଯୋଗୁଁ ରାସ୍ତାଟି ଖରାପ ହୋଇଥିବା କହି ଗ୍ରାମବାସଙ୍କ ଉପରେ ଦୋଷ ଲଦିଥିଲେ ଏବଂ ଆସନ୍ତା ମାସରେ ନୁଆଁ ଟେଣ୍ଡର କରି ପୁଣି ରାସ୍ତା କୁ ଠିକ କରିଦେବୁ ବୋଲି କହିଥିଲେ l ହେଲେ ଆଜିକୁ ଏକ ମାସରୁ ଅଧିକ ବିତିଯାଇଥିଲେ ମଧ୍ୟ ବିଭାଗ ଦେଇଥିବା ପ୍ରତିଶୃତି କୁ ପୂରଣ କରିନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାକୁ ବସିଲାଣି l ତୁରନ୍ତ ଜିଲ୍ଲାପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l