ଆର ପାରିରେ କରୋନା ଯୋଦ୍ଧା
ଶେରଗଡ଼, (ବିଭୁ ପ୍ରସାଦ ଦାସ): ଶେରଗଡ ବ୍ଳକ ଅନ୍ତର୍ଗତ ଏନ୍ ଖିରିଡା ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ତାରା ପ୍ରସାଦ ଦାଶ ଗତ ମଧ୍ୟ ରାତ୍ର ରେ କାଳଷଣ୍ଢପୁର ସ୍ଥିତ ବାସଭବନ ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୫୮ବର୍ଷ ହୋଇ ଥିଲା। ତାଙ୍କ ର ଦୁଇ ପୁତ୍ରଓ ଧର୍ମ ପତ୍ନୀ ଉପସ୍ଥିତ ଥିଲେ।କିଛି ଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇ ଶୀତଲାପଲ୍ଲୀ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ କିଡ୍ନୀ ଜନୀତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ସମ ହସ୍ପିଟାଲରେ ଚିକିତ୍ସିତ ହୋଇ ଘର କୁ ଫେରିଥିଲେ। ତାଙ୍କ ର ଲେବେଲ ତିନି କୁ ପ୍ରମୋସନ ହେବା ଆଶା ବଳ ବର୍ତ୍ତର ଥିଲା ତେବେ କରୋନା କଟକଣା ଓ ଗଞ୍ଜାମ ଡିଇଓ ଅଫିସ୍ ର ଶିଥିଳତା ଯୋଗୁଁ ଏହି ଆଶା ତାଙ୍କର ମଉଳି ଯାଇଥିଲା । ସ୍ୱର୍ଗତ ଦାଶଙ୍କ ମରଶରୀ ର କୁ ପୁରୀ ସ୍ୱର୍ଗ ଦ୍ୱାର ନେଇ ଅନ୍ତିମ ସଂସ୍କାର କରାଯାଇଛି ।ତାଙ୍କ ବିୟୋଗ ରେ ଧବଳପୁର ଅପଗ୍ରେଡେଡ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ବନ୍ଦିତା ଦାସ , କମଳାଦେଇପୁର ପ୍ରଧାନ ଶିକ୍ଷକବାଳକୃଷ୍ଣ ପ୍ରଧାନ ଓ ଲକ୍ଷୀନୃସିଂହପୁର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ବିଷୋୟୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ବ୍ଳକ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି ।


