ଆର ବି ଏସ କେ ଟିମ ତରଫରୁ ଗଞ୍ଜାମ ଜିଲ୍ଲାରୁ 24 ଜଣ ହୃଦରୋଗୀ ଗଲେ ଅହମ୍ମଦାବାଦ ହାର୍ଟ ହସ୍ପିଟାଲ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ଗଞ୍ଜାମ ଜିଲ୍ଲାରୁ ରାଷ୍ଟ୍ରୀୟ ବାଲ ସ୍ଵାସ୍ତ୍ୟ କାର୍ଯ୍ୟକ୍ରମ ଦ୍ୱାରା ଚିହ୍ନଟ ହୋଇଥିବା 24 ଜଣ ହ୍ରଦରୋଗୀ ବ୍ରହ୍ମପୁରରୁ ରେଳ ଯୋଗେ ଅହମ୍ମଦାବାଦ ଶ୍ରୀ ସତ୍ୟସାଇ ହାର୍ଟ ହସ୍ପିଟାଲ କୁ ଅସ୍ତ୍ରୋପଚାର ପାଇଁ ଗଲେ ! ସୂଚନା ଅନୁସାରେ ଏହି ସମସ୍ତ ଶିଶୁ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଟିମ ରେ ଥିବା ଆୟୁଷ ଡାକ୍ତର,ଫାର୍ମାସିଷ୍ଟ, ଏ ଏନ ଏମ ଙ୍କ ଦ୍ୱାରା ଚି଼ହ୍ନଟ ହୋଇଥିଲା ! ଏହିପରି ଭାବେ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ବ୍ଲକରେ 2 ଟି ଲେଖାଏଁ ଆର ବି ଏସ କେ ଟିମ ଅଛନ୍ତି, ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଟିମରେ ଜଣେ ପୁରୁଷ ଆୟୁଷ ଡାକ୍ତର, ଜଣେ ମହିଳା ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଓ ଜଣେ ଏ ଏନ ଏମ ଅଛନ୍ତି! ସେମାନେ ଅଙ୍ଗନବାଡି, ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଜନ୍ମରୁ ଅଠର ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି ! ସେମାନଙ୍କର 38 ପ୍ରକାର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ଉନ୍ନତ ସ୍ବାସ୍ଥ୍ୟ ନିମନ୍ତେ ସିଟି ହସ୍ପିଟାଲରେ ଥିବା ଡି ଇ ଆଇ ସି କୁ ନେଇଥାନ୍ତି! ଏହି କାର୍ଯ୍ୟକ୍ରମ 2013 ରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଅନେଙ୍କ ଶିଶୁଙ୍କ ସଫଳ ଚିକିତ୍ସା ଓ ଅସ୍ତ୍ରୋପଚାର ସମ୍ପୂର୍ଣ ମାଗଣାରେ କରିଆସୁଛି ! କେତେ ପିଲାଙ୍କ ପାଦ ବଙ୍କା, ଗ୍ରହଣ ଖଣ୍ଡିଆ , ହୃଦରୋଗ ଆଦି ଅନେକ ଜନ୍ମଗତ ତ୍ରୁଟି ର ଅସ୍ତ୍ରୋପଚାର ହୋଇସାରିଛି! ଆଗକୁ ମଧ୍ୟ୍ୟ ଏହି ସେବା ଜାରିରହିବ ! ଗଞ୍ଜାମ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାଶଙ୍କର ମିଶ୍ର ଶିଶୁଙ୍କ ସଫଳ ଚିକିତ୍ସାର କାମନା କରିଛନ୍ତି | ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ,ଆର ବି ଏସ କେ ସହ ପରିଚାଳକ ଶ୍ରୀ ସନ୍ଦୀପ କୁମାର ତ୍ରିପାଠୀ, ଡାଟା ଅପେରଟର ଶ୍ରୀ ନିହାର ରଞ୍ଜନ ସେଠୀଙ୍କ ତତ୍ତ୍ୱାବଧାନରେ ଆୟୁଷ ଡାକ୍ତର ସିମାଞ୍ଚଳ ପଣ୍ଡା, ଫାର୍ମାସିଷ୍ଟ ପ୍ରଗତି ଶିଶୁମାନଙ୍କ ସାଥିରେ ଯାଇଛନ୍ତି ! ଗଞ୍ଜାମ ଜିଲ୍ଲାର ସମସ୍ତ ଆୟୁଷ ଡାକ୍ତର ଫାର୍ମାସିଷ୍ଟ, ଏ ଏନ ଏମ ସେମାନଙ୍କର ସଫଳ ଚିକିତ୍ସା ର କାମନା କରିଛନ୍ତି ।


