ଆର ସିଏସ ଅଫିସ ଆଗରେ ଧାରଣା ଦେଲେ ମହିଳା ଚାଷୀ

ଛତ୍ରପୁର, (ଦେବଦତ୍ତ ମହାରଣା):ମଣ୍ଡିରେ ଧାନବିକ୍ରି କରିବାର ସାତ ମାସ ବିତିଗଲା ହେଲା ଟଙ୍କା ମିଳିଲାନି ଯାହାକୁ ନେଇ ଏଆରସିଏସଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ ଜଣେ ମହିଳା ଚାଷୀ । ଛତ୍ରପୁର ବ୍ଲକ ରୁକୁଣୀ ଗାଁ ସୋସାଇଟି ର ଚାଷୀ କାବେରୀ ମୁଦୁଲି ।ଗତ ଫେବୃଆରୀ ମାସରେ ୨୮ କୁଇଣ୍ଟାଲ ଧାନ ଦେଇଥିଲେ ଆକାଉଣ୍ଟ ଭୁଲ ଥିବା କହି ସୋସାଇଟି ଅଧିକାରୀ ପୁନଃ ଆକାଉଣ୍ଟ ଦେଇଥିଲେ ହେଲେ ସାତ ମାସ ବିତିଗଲା ହେଲେ ଟଙ୍କା ମିଳିଲା ନାହିଁ । ଯାହାଫଳରେ ବର୍ଷ ତମାମ ବିଲରେ ପରିଶ୍ରମକରି ଋଣ କରିଥିବା ଚାଷୀ ଏବେ ଚିନ୍ତାରେ । ବାରମ୍ବାର ଅଫିସରୁ ସେ ଅଫିସ ଧାଇଁ ଧାଇଁ ନୟାନ୍ତ ହେବା ପରେ ଆଜି ବାଧ୍ୟ ହୋଇ ଧାରଣା ଦେଇଥିବା କହିଛନ୍ତି ମହିଳା ଜଣଙ୍କ । ଅନ୍ୟପକ୍ଷରେ ଆକାଉଣ୍ଟ ସମ୍ବନ୍ଧୀୟ ଭୁଲ ଥିବା ନେଇ ଜିଲ୍ଲା ରେ 109ଟି ରହିଛି,ସେଭଳି କାବେରୀ ଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ଭୂଲ ଥିଲା ପରବର୍ତୀ ସମୟରେ ସଠିକ କରାଯାଇ ପଠାଯାଇଛି, ଖୁବ ଶୀଘ୍ର ତାଙ୍କ ଆକାଉଣ୍ଟ ଙ୍କୁ ଟଙ୍କା ଆସିବ ବୋଲି ଛତ୍ରପୁର ଏଆରସିଏସ ଯୋଗମାୟା ସାବତ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ