ଆଲଫାବେଷ୍ଟ +୨ ବିଜ୍ଞାନ ଜୁନିଅର କଲେଜରେ ଶତପ୍ରତିଶତ ସଫଳତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଆଲଫା ବେଷ୍ଟ +୨ ବିଜ୍ଞାନ ଜୁନିଅର କଲେଜକୁ ଚଳିତ ଉଚ୍ଚ ମାଧ୍ୟମିକ ବିଜ୍ଞାନ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ମିଳିଥିବା ଜଣାପଡିିଛି । କଲେଜର ୯୦ଜଣ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୦ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅନ୍ୟ ୧୦ଜଣ ୫୦୦ମାର୍କରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା କଲେଜ ପକ୍ଷରୁ ସୂଚନା ମିଳିଛି । ଆଲଫାବେଷ୍ଟ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ଗନ୍ଧର୍ବ ନାୟକ, ପରିଚାଳନା ନିର୍ଦେଶକ ଅଦ୍ୱୈତ ନାୟକଙ୍କ ସମେତ ସମସ୍ତ ଅଧ୍ୟାପକ/ଅଧ୍ୟାପିକାମାନେ ଛାତ୍ରଛାତ୍ରୀମାନଙ୍କୁ ଶୁଭେଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।