ଆଲଫା ଶିକ୍ଷା ନିକେତନ ଏକ ମଣିଷ ତିଆରି କାରଖାନା

ଆରଡି, (ଆଲୋକ ଚନ୍ଦ୍ର ନାୟକ):କଳା, ବିଜ୍ଞାନ, ବାଣିଜ୍ୟ ରେ +୨ ଛାତ୍ରଛାତ୍ରୀଙ୍କୁ ୬ ବର୍ଷ ଧରି ଶିକ୍ଷାଦାନ କରିଆସୁଅଛି ଆଲଫା ଶିକ୍ଷା ନିକେତନ । ଏହା ସତ୍ୟବାଦୀ ବନ ବିଦ୍ୟାଳୟ ପରି ଏକ ମଣିଷ ତିଅ‍ାରି କାରଖାନା କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ପନ୍ଦରବାଟିଆ ଠାରେ ଥିବା ଶିକ୍ଷା ନିକେତନ ପରିସରରେ ଆୟୋଜିତ ଷଷ୍ଠ ବାର୍ଷିକୋତ୍ସବ ଓ ବିଦାୟ କାଳୀନ ସଭାରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ଆଇ .ଜି.ଏମ. କଲେଜ ଅଧ୍ୟକ୍ଷ ପିତାମ୍ବର ରାଉତ ରାୟ ଅଧ୍ୟକ୍ଷତା କରିଥିଲେ । ଧାମନଗର ବିଧାୟକ ସୂରଜ ସୁର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଦର୍ଶନ ଅଧ୍ୟାପକ ନିକୁଞ୍ଜ କିଶୋର ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ମିଛ କବିତାର ସମ୍ପାଦକ, ସାମ୍ବାଦିକ ଦୀପ୍ତି ରଂଜନ ନାୟକ, ଅବସରପ୍ରାପ୍ତ ଅଧ୍ୟାପକ ପ୍ରକାଶ କୁମାର ଖଟୁଆ, ରଇପୁର ଜୟଦୁର୍ଗା ହାଇସ୍କୁଲର ବରିଷ୍ଠ ଶିକ୍ଷକ ରଂଜନ କୁମାର ଖଟୁଆ, ଶିକ୍ଷାବିତ ପ୍ରଶାନ୍ତ କୁମାର ପଲାଇ, ଅଧ୍ୟାପକ ନୃସିଂହ ଚରଣ ପାଢୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନ ମୁଖ୍ୟ ଡି.କେ. ଜେନା ଅତିଥି ପରିଚୟ ଓ ପ୍ରତିଷ୍ଠାତା ନିରାକାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହିତ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ । ଅଧ୍ୟାପକ ତ୍ରିଭୁବନ ନାରାୟଣ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ