ଆଲର୍ଜି ଔଷଧ ରୋଗର କାରଣ
ମଣିଷ ଦେହରେ ବିଭିନ୍ନ ପ୍ରକାର ରୋଗ ହେବା ସାଧାରଣ କଥା । କିନ୍ତୁ ଏହି ରୋଗ ସମସ୍ତଙ୍କ ଦେହରେ ଭିନ୍ନ ଭିନ୍ନ । ଏଗୁଡ଼ିକ ମଧ୍ୟରୁ ଆଲର୍ଜି ମଧ୍ୟ ଏକ ପ୍ରକାର ରୋଗ । ବିଶ୍ୱରେ ବହୁ ଲୋକ ଏମିତି ଥା’ନ୍ତି କି ଯେଉଁମାନେ ଏହି ରୋଗରେ ପୀଡ଼ିତ ହୋଇଥାଆନ୍ତି । ଏହି ରୋଗର କାରଣ ହେଉଛି ଲୋକମାନଙ୍କ ମଧ୍ୟରେ ବିରକ୍ତି ଭାବ । କେତେକ ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରନ୍ତି । କିନ୍ତୁ ଆପଣ ହୁଏତ ଜାଣିନଥିବେ ଯେ, ଆଲର୍ଜିରୁ ଉପଶମ ପାଇଁ ସେବନ କରୁଥିବା ଔଷଧ ବିଷାଦର କାରଣ ବି ହୋଇପାରେ । ଗବେଷଣା ପରେ ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ରୋଗ ପାଇଁ ବିଭିନ୍ନ ପ୍ରକାର ଔଷଧ ଆସେ । ମାତ୍ର ଏହି ଔଷଧ ଗୋଟିଏ ରୋଗକୁ ଭଲ କରୁ କରୁ ଆଉ ଗେ।।ଟ ରୋଗକୁ ଆମନ୍ତ୍ରଣ କରେ । ଏକ ଗବେଷଣାରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଆମେରିକାର ପାଖାପାଖି ୧ ହଜାର ଲୋକ ଏମିତି ଏକ ଔଷଧ ବ୍ୟବହାର କରୁଛନ୍ତି । ଆମେରିକାର ଲୋକମାନେ ୨୦୦ରୁ ଅଧିକ ଏହି ଔଷଧ ବ୍ୟବହାର କରୁଛନ୍ତି । ଯେଉଁଥି ପାଇଁ ଅବସାଦର ଶିକାର ହେଉଛନ୍ତି । ଆମେରିକାର ମେଡ଼ିକାଲ୍ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଗବେଷଣାରୁ କୁହାଯାଇଛି କି ଯେଉଁ ଲୋକମାନେ ଏହି ଔଷଧକୁ ଯେତେ ଅଧିକ ପରିମାଣରେ ବ୍ୟବହାର କରିବେ, ସେମାନଙ୍କ ମଧ୍ୟରେ ଅବସାଦ ସମ୍ଭାବନା ସେତେ ବଢ଼ିଯାଏ ।