ଆଲିଗଡରେ ସିଏଏ ବିରୋଧୀ ହିଂସା : ଇଣ୍ଟରନେଟ୍‌ ସେବା ବନ୍ଦ

ଲକ୍ଷ୍ନୌ : ଆଲିଗଡରେ ସିଏଏ ବିରୋଧୀ ହିଂସାକାଣ୍ଡ କାରଣରୁ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ପୋଲିସ୍‌ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ରବିବାର ସନ୍ଧ୍ୟାରେ ବିକ୍ଷୋଭକାରୀଙ୍କ ପକ୍ଷରୁ ପଥର ଫିଙ୍ଗାଯିବା କାରଣରୁ ପୋଲିସ୍‌ ପକ୍ଷରୁ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଥିଲା । ଏହି ଘଟଣା ପରେ ହିଂସାକାଣ୍ଡ ବ୍ୟାପିବା ଆଶଙ୍କା କରି ଆଲିଗଡର ଇଣ୍ଟରନେଟ ସେବା ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ଚନ୍ଦ୍ରଭୂଷଣ ସିଂ ନିର୍ଦ୍ଦେଶ ଦେଇଥିଲେ । ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ସେବା ବନ୍ଦ ରଖାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ