ଆଲିଙ୍ଗନ ଦୂର କରେ କଷ୍ଟ

ନୂଆଦିଲ୍ଲୀ : ଆଲିଙ୍ଗନ ମଣିଷର କଷ୍ଟ ଦୂର କରେ । ମନ ଓ ଦେହର ଯନ୍ତ୍ରଣା ଦୂର କରେ । ଏମିତି ଏକ ତଥ୍ୟ ଏବେ ଗବେଷଣାରୁ ପଦାକୁ ଆସିଛି । ଏହାଦ୍ୱାରା ମାନସିକ ଚାପ ହ୍ରାସ ପାଇବା ସହିତ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ନିକଟରେ ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ତେଣୁ ଏହାକୁ ଚିକିତ୍ସା ବିଜ୍ଞାନରେ ଆଲିଙ୍ଗନ ଥେରାପି କୁହାଯାଉଛି। ସସ୍ନେହ ଆଲିଙ୍ଗନ ସମୟରେ ଶରୀରରୁ ଅକ୍ସିଟୋସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ। ଏହାଦ୍ୱାରା ମା-ପିଲା, ସ୍ତ୍ରୀ-ସ୍ବାମୀ, ଭଉଣୀ ଭାଇ ତଥା ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ହୋଇଥାଏ ସୁଦୃଢ। ଆଲିଙ୍ଗନ ସମୟରେ ଶରୀର ଓ ମନରେ ଖୁସିର ଲହରୀ ଖେଳିଯାଇଥାଏ । ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ହେଲେ ମସାଜ୍‌ କରିବାକୁ ପରାମର୍ଶ ଦିଆଯାଇଥାଏ । ଏହାଦ୍ୱାରା ଆରାମ ଲାଗିଥାଏ । ସେହିପରି ମାନସିକସ୍ତରରେ ଯନ୍ତ୍ରଣା ଭୋଗୁଥିଲେ ଏକ ସ୍ନେହପୂର୍ଣ୍ଣ ଆଲିଙ୍ଗନ ମସାଜ୍‌ ପରି କାମ କରେ । ଜଣେ ମା’ ନିଜ ସନ୍ତାନକୁ ଛାତିରେ କୁଣ୍ଢାଇ ଧରି ତା ପ୍ରତି ଅନ୍ତରର ସ୍ନେହ ଶ୍ରଦ୍ଧାକୁ ଢାଳି ଦେଇଥାଏ । ଗର୍ଭଧାରଣ ସମୟରେ ମା’ ଶରୀରରୁ ଅକ୍ସିଟୋସିନ୍‌ ହରମୋନ୍‌ କ୍ଷରଣ ହୋଇଥାଏ ଯାହା ତାକୁ ସନ୍ତାନ ସହ ନିବିଡ କରାଇଥାଏ । ସେହିପରି ଦାମ୍ପତ୍ୟ ଜୀବନରେ ଆଲିଙ୍ଗନର ବିଶେଷ ମହତ୍ତ୍ୱ ରହିଛି । ନିବିଡ଼ ଆଲିଙ୍ଗନ ଦାମ୍ପତ୍ୟ ସମ୍ପର୍କର ସମସ୍ତ ଦ୍ୱିଧାବୋଧକୁ ନିମିଷକେ ଦୂର କରିଦେଇଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ