ଆଲିୟାଙ୍କୁ ବଡ଼ ସୁଯୋଗ

ମୁମ୍ବାଇ : ଏବେ ବଲିଉଡ଼ରେ ଦୁଇଜଣ ଆଲିୟା, ଜଣେ ହେଲେ ମହେଶ ଭଟ୍ଟଙ୍କ ଝିଅ ଆଲିୟା ଭଟ୍ଟ । ଅନ୍ୟ ଜଣେ ପୂଜା ବେଦୀଙ୍କ ଝିଅ ଆଲିୟା ଫର୍ଣ୍ଣିଚରୱାଲା । ନବାଗତା ଆଲିୟା ଏଫଙ୍କ ଅଭନୀତ ‘ଜୱାନୀ ଜାନେମନ’ ନିକଟରେ ମୁକ୍ତିଲାଭ କରିଛି । ବିଭିନ୍ନ ମହଲରେ ତାଙ୍କ ଅଭିନୟର ପ୍ରଶଂସା କରାଯାଇଥିବା ବେଳେ ତାଙ୍କୁ ଏକ ବଡ଼ ବ୍ୟାନରରୁ ଅଫର ମଧ୍ୟ ମିଳିଛି । କରନ ଜୋହର ପ୍ରଯୋଜିତ ଆଗାମୀ ଚଳଚ୍ଚିତ୍ରରେ ଆଲିୟା ଅନ୍ୟତମ ମୁଖ୍ୟ ଭୂମିକାରେ ଦେଖାଦେବେ । ଆଲିୟା ସାକ୍ଷାତକାରରେ କହିଛନ୍ତି, ମୋତେ ଏଇ ଇଣ୍ଡଷ୍ଟି୍ରରେ ସୁଯୋଗ ମିଳିଲା, ତାହା ସବୁଠୁ ବଡ଼ ସୌଭାଗ୍ୟ । ମା’ ପୂଜାଙ୍କ ମତରେ ବଲିଉଡରେ ତିଷ୍ଠିବାକୁ ହେଲେ କଠିନ ପରିଶ୍ରମ କରିବା ଜରୁରୀ । କେବଳ ପରିବାରର ନାମ ନେଇ କେହି ଏଠି ସଫଳତା ପାଇନାହାନ୍ତି । ଅଜା କବୀର ବେଦୀ ମଧ୍ୟ ଆଲିୟାଙ୍କୁ ପୂର୍ଣ୍ଣ ସହଯୋଗ କରୁଥିବାର ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ