ଆଲୋକରେ ଶବ୍ଦ ନୃତ୍ୟ ଉନ୍ମୋଚନ ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ବୁଧବାର ଦିନ ଗୁରୁ ଭଗବାନ ସାହୁ ସ୍ମୃତି କମିଟି ର ବୈଠକ ସ୍ଥାନୀୟ ଏ .ଇ. ମିସନ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଛି !ସମ୍ପାଦକ ସନ୍ତୋଷ କୁମାର ପଣ୍ଡାଙ୍କ ସ୍ଵାଗତ, ଡ. ତପସ୍ୱୀନି ଗୁରୁଙ୍କ ସଭାପତିତ୍ବରେ ସର୍ଦାର ପ୍ରୀତମ ସିଂ ଏବଂ ଦଧିବାବନ ଶତପଥୀଙ୍କ ସଂଯୋଜନା ରେ ଆସନ୍ତା ମାର୍ଚ୍ଚ ୧୬ ତାରିଖ ରବିବାର ଦିନ ସ୍ଥାନୀୟ ଗାନ୍ଧୀ ଭବନ ଠାରେ ଶବ୍ଦ ନୃତ୍ୟ ର ପ୍ରଣେତା ଗୁରୁ ଭଗବାନ ସାହୁଙ୍କ ଆଦର୍ଶ ପଟ୍ଟ ଶିଷ୍ୟ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ)ଙ୍କ ରଚିତ ଶାସ୍ତ୍ରୀୟ ପ୍ରାମାଣିକ ପୁସ୍ତକ “ଆଲୋକରେ ଶବ୍ଦ ନୃତ୍ୟ” ର ପ୍ରଥମ ଭାଗ ଉନ୍ମୋଚନ ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି !ଲୁଲୁ ରବିନ ଦାସଙ୍କ ଆବାହକଢରେ ଅନୁଷ୍ଠିତ ବୈଠକରେ କୃଷ୍ଣ ଚନ୍ଦ୍ର ପଣ୍ଡା, ଯୁଗଳ ପ୍ରାସାଦ ସିଂ, ଅଚ୍ୟୁତା ନନ୍ଦ ବାରିକ, ଡ. ରବିନାରାୟଣ ସାହୁ, ଉଦ୍ଧବ ବେହେରା, ସନ୍ତୋଷ କୁମାର ଦାଶ ,ଶିବାନନ୍ଦ ମଟାରି, ସାରଥି ମେହେର, ସଂଘମିତ୍ରା ପଟେଲ, ବିମଳ କୃଷ୍ଣ ମିଶ୍ର ,ମନୋଜ ବାଗ, ପ୍ରଦୀପ କୁମାର ମିଶ୍ର, ଶୁଶାନ୍ତ ପାଢ଼ୀ, ଅଜିତ ମହାନନ୍ଦ ପ୍ରମୁଖ ଯୋଗଦାନ କରି ସଫଳ ଆୟୋଜନ ପାଇଁ ଚୁଡାନ୍ତ ପ୍ରସ୍ତୁତି ସହ ଦାୟିତ୍ୱ ବଣ୍ଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ