ଆଲ୍‌ଫା ଟ୍ୟାଲେଣ୍ଟ ସର୍ଚ୍ଚ-୨୦୨୫

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ସର୍ବପ୍ରଥମ ରେସିଡେନସିଆଲ୍ କଲେଜ “ଆଲ୍‌ଫା ବେଷ୍ଟ”ପରିସରରେ ଆଲ୍‌ଫା ଟ୍ୟାଲେଣ୍ଟସର୍ଚ୍ଚ-୨୦୨୫ ମହାସମାରୋହରେ ଅନୁଷ୍ଠିିତ ହୋଇଯାଇଛି । ଆଲ୍‌ଫା ବେଷ୍ଟର ଏମ୍‌ଡି ଅଦୈତ ପ୍ରସାଦ ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୯ଟି ବ୍ଲକରୁ ୨୩୬ ଜଣ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଚିତ୍ରୋତ୍ପଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୋନିକା ବର୍ଦ୍ଧନ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଆଲ୍‌ଫା ବେଷ୍ଟର ଅଧ୍ୟକ୍ଷ କ୍ଷୀରୋଦ ପ୍ରସାଦ ସାହୁ, ଅଧ୍ୟାପିକା ଡ. ସ୍ୱର୍ଣ୍ଣଲତା ରାଉତ, ଅଧ୍ୟାପକ ଗୋପବନ୍ଧୁ ବେହେରା ପ୍ରମୁଖ ପିଲାମାନଙ୍କୁ ଉତ୍ସାହିତ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଓଷ୍ଟାର ଉପସଭାପତି ରାଜକିଶୋର ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଦେପୁର ହାଇସ୍କୁଲର ସନ୍ତୋଷ କୁମାର ଜେନା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଦୁତିଆଳ ହାଇସ୍କୁଲର ଶିକ୍ଷକ ପ୍ରତାପ କୁମାର ପତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ଗୋବିନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଆଲ୍‌ଫା ବେଷ୍ଟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମକର୍ତ୍ତାମାନେ ଉସରବ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ