ଆଳିଆ ସମାଜ କର୍ମକର୍ତ୍ତା ମନୋନୀତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ନିଖିଳ ଉତ୍କଳ ଆଳିଆ ସମାଜ ନେଟଙ୍ଗା ମଣ୍ଡଳର ଆଗାମୀ ଚାରି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ନେଟଙ୍ଗା ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ସ୍ୱାମୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି l ନିର୍ବାଚନ ଅଧିକାରୀ ରୂପେ କେନ୍ଦ୍ର ସଂଗଠନ ସମ୍ପାଦକ ମୁନା ବାରିକ, ସହ ସମ୍ପାଦକ ରାଘବ ନାହାକ, ଅଫିସ ସମ୍ପାଦକ ପିନାଙ୍କ ଶଙ୍କର ନାୟକ ଯୋଗଦେଇ ସମାଜ ସମ୍ବିଧାନର ନିର୍ବାଚନ ସମ୍ପର୍କିତ ନିୟମ ବୁଝାଇଥିଲେ l ଉଢୁରା ସଭାପତି ଭଗବାନ ନାୟକ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ପ୍ରଦୀପ ସାହୁ ଶାନ୍ତି ମନ୍ତ୍ର ପାଠ କରିଥିଲେ l ସର୍ବ ସମ୍ମତି କ୍ରମେ କେନ୍ଦ୍ରକୁ ପ୍ରହଲ୍ଲାଦ ଲେଙ୍କା, ହରିବନ୍ଧୁ ଲେଙ୍କା, କୁଞ୍ଜ ବିହାରୀ ମହାନ୍ତି, ମଣ୍ଡଳସଭାପତି ରୂପେ ଦିବ୍ୟଲୋଚନ ବିଶ୍ୱାଳ, ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ସହ ସମ୍ପାଦକ ରଙ୍କନିଧି ସ୍ୱାଇଁ, କୋଷାଧ୍ୟକ୍ଷ କୁନା ପରିଡା, ସଂଗଠନ ସମ୍ପାଦକ ଲକ୍ଷ୍ମଣ ପରିଡା ମନୋନୀତ ହୋଇଥିଲେ l ଦିବ୍ୟଲୋଚନ କ୍ରମାଗତ ତୃତୀୟ ଥର ପାଇଁ ସଭାପତି ରୂପେ ମନୋନୀତ ହୋଇଥିଲେ I ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ମଣ୍ଡଳ ସଭାପତି ସୂର୍ଯ୍ୟମଣି ବଳିତା, ଜନପ୍ରତିନିଧି ସରପଞ୍ଚ ଜୟରାମ ନାୟକ, ଦୁର୍ଗାମାଧବ ନାୟକ, ଶୁକଦେବ ସ୍ୱାଇଁ, ଜିଲ୍ଲାପରିଷଦ ସୁଧୀର ଜେନା, ସମିତି ସଭ୍ୟ ବିଭୁ ପାଦ ଜେନା ଯୋଗ ଦେଇଥିଲେ l ଏହି ଅବସରରେ ଜନୈକା ଅସହାୟା କନ୍ୟାଙ୍କ ବିବାହ ପାଇଁ ମଣ୍ଡଳ ତରଫରୁ ୫୦୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା I ନାଟଙ୍ଗା ମଣ୍ଡଳର ୫୪ ଗ୍ରାମର ନୂତନ କର୍ମକର୍ତ୍ତା ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ