ଆଳିଜଙ୍ଗା ଗ୍ରାମରେ ଭ୍ରାମ୍ୟମାଣ ସତ୍ସଙ୍ଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଆଳିଜଙ୍ଗା ଗ୍ରାମର ମା’ ଥାନପତି ପୀଠରେ ଭ୍ରାମ୍ୟମାଣ ସତ୍ସଙ୍ଗ ଏବଂ ମଙ୍ଗଳା ପୂଜା ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସତ୍ସଙ୍ଗ କାର୍ଯ୍ୟକ୍ରମରେ ଗରାପୁର ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ମାତୃଶକ୍ତି ମା’ଙ୍କୁ ଧ୍ୟାନ ଓ ପୂଜା କଲେ ସୁଫଳ ମିଳିଥାଏ ଏବଂ ମା’ଙ୍କ ଶକ୍ତି ଅସୀମ ମାନବ କଲ୍ୟାଣ, ସମାଜ ଗଠନ ଓ ପରିବାରରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ମଙ୍ଗଳ କାମନା କରିଥାନ୍ତି ବୋଲି କହିଥିଲେ । ମା’ ଦୂର୍ଗାଙ୍କୁ ବିଜୟା ଦଶମୀରେ ଆରାଧନା କରିବା ପାଇଁ ଶ୍ରୀ ମା’ ଆଳିଜଙ୍ଗା ମାତୃଚେତନା ସଂଘ ଏବଂ ଗ୍ରାମର ସମସ୍ତ ଜନସାଧାରଣଙ୍କୁ ଏହି ଅବସରରେ ଅର୍ଶ୍ରିବଚନ ପ୍ରଦାନ କରିଥିଲେ । ଗ୍ରାମର ମଦନ ନାୟକ ମା’ଙ୍କୁ ପ୍ରାର୍ଥନା କରି ଗ୍ରାମକୁ ପାଛୋଟି ନେଇ ବିଶୃଙ୍ଖଳିତ ସମାଜ ଏବଂ କୁପଥଗାମୀଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ଅନୁଗାମୀ କରାଯାଇ ପାରିବ ସେଥିପାଇଁ ଶ୍ରୀମା’ଙ୍କୁ ପ୍ରାର୍ଥନା କରିଥିଲେ । ଆଳିଜଙ୍ଗା ଗ୍ରାମର ଶ୍ରୀଧର ମହାନ୍ତି ଦିବ୍ୟ ଜୀବନ କବିତା ପାଠ କରିଥିଲେ ଏବଂ ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୁଳମଣୀ ଦାସ, ସୁଦର୍ଶନ ମହାନ୍ତି, ପ୍ରଶାନ୍ତ ସ୍ୱାଇଁ, ବର୍ଷା ସ୍ୱାଇଁ, ଗୀତା ସ୍ୱାଇଁ, ନିରୂପମା ନାୟକ, ଅନନ୍ତ ଚରଣ ଲେଙ୍କା, ଧିରେନ କୁମାର ନାୟକ, ଜଗବନ୍ଧୁ ସାହୁ, ପୀତାମ୍ବର ସ୍ୱାଇଁ, ନଟବର ମହାନ୍ତି, ଠୁରିଆ ମହାନ୍ତି, ପୂର୍ଣ୍ଣିମା ମହାନ୍ତି, ପ୍ରସନ୍ନ ଦାସ, ହିମାଂଶୁ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।


