ଆଳୁଦଣ୍ଡାପାଟଣା ଗ୍ରାମରେ ୫ଦିନିଆ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ନିକଟସ୍ଥ ଆଳୁଦଣ୍ଡାପାଟଣା ଗ୍ରାମରେ ୫ଦିନିଆ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି। ଏହି ଅବସରରେ ବୁଧବାର ଗ୍ରାମବାସୀଙ୍କ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ନାରାୟଣ ସେବା ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ଅମୂଲ୍ୟ କୁମାର ମିଶ୍ର ଓ ସାଥିଙ୍କ ଦ୍ଵାରା ପରିଚାଳିତ ହେଉଥିବା ଏହି ମହାଯଜ୍ଞ ଉତ୍ସବରେ କର୍ତ୍ତା ଭାବେ ନବଘନ ବେହେରା ଓ କର୍ତ୍ତି ଭାବେ ମଞ୍ଜୁଲତା ବେହେରା କାର୍ଯ୍ୟ ସମ୍ପାଦନ କରିଛନ୍ତି। ଯୁବ ସମାଜସେବୀ ଭାଗିରିଥି ବେହେରା ଓ ଧର୍ମ ପତ୍ନୀ ମାନସୀ ବେହେରାଙ୍କ ସହଯୋଗରେ ପ୍ରାୟ ୯୦୦ରୁ ଉର୍ଦ୍ଧ୍ବ ମହିଳା , କିନ୍ନର, ବୃଦ୍ଧ ବୃଦ୍ଧା , ଭିନ୍ନକ୍ଷମ, କୁନି କୁନି ପିଲାମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ ସହ ବସ୍ତ୍ର ଓ ଦକ୍ଷିଣା ପ୍ରଦାନ କରାଯାଇ ନାରାୟଣ ସେବା କରଯାଇଥିଲା। ଏହି ବିଶ୍ଵଶାନ୍ତି ମହାଯଜ୍ଞ ରେ ପ୍ରବଚକ ମାନଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।