ଆଳୁରୁ ପ୍ଲାଷ୍ଟିକ ଉଦ୍ଭାବନ
ଚଣ୍ଡୀଗଡ଼: ନିତିଦିନିଆ ଖାଦ୍ୟରେ ଆଳୁର ଆମେ ବହୁ ମାତ୍ରାରେ ବ୍ୟବହାର କରିଥାଉ । ତେବେ ଏହି ଆଳୁରୁ ପ୍ଲାଷ୍ଟିକ ବାହାରିବା କଥା କେବେ ଭାବିଛନ୍ତି କି! ଆଳୁରୁ ପ୍ଲାଷ୍ଟିକ ବାହାର କରି ଏବେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଛାତ୍ର । ଚଣ୍ଡୀଗଡ଼ର ଚିତ୍ତକାରା ବିଶ୍ୱବିଦ୍ୟାଳୟର ଛାତ୍ର ପ୍ରଣବ ଗୋୟଲ ଆଳୁରୁ ମାଟିରେ ମିଶିଯାଉଥିବା ପ୍ଲାଷ୍ଟିକ ବା ଡିଗ୍ରେଡବୁଲ ପ୍ଲାଷ୍ଟିକର ଉଦ୍ଭାବନ କରିଛନ୍ତି । ପ୍ରଣବ ଉଦ୍ଭାବନ କରିଥିବା ଏହି ନୂଆ ଉପାଦାନଟି ଏକଦମ ପ୍ଲାଷ୍ଟିକ ଭଳି ଦେଖାଯାଉଛି ଓ ସହଜରେ ମୋଡ଼ି ମଧ୍ୟ ହେଉଛି । ପ୍ରକୃତରେ ପ୍ରଣବ ଆଳୁରୁ ମିଳୁଥିବା ଷ୍ଟାର୍ଚ୍ଚରୁ ଥର୍ମୋପ୍ଲାଷ୍ଟିକ ନିର୍ମାଣ କରିଛନ୍ତି ସେ । ପ୍ରଣବ କହିଛନ୍ତି ଯେ ଏହି ଥର୍ମୋପ୍ଲାଷ୍ଟିକରୁ ବୋତଲ ଓ ଥଳି ମଧ୍ୟ ନିର୍ମାଣ କରିହେବ । ଏହି ଥରମୋପ୍ଲାଷ୍ଟିକ ଦ୍ୱାରା ପରିବେଶକୁ କୌଣସି ପ୍ରକାର କ୍ଷତି ହେବନି ବୋଲି ପ୍ରଣବ କହିଛନ୍ତି । ଯଦି ପ୍ଲାଷ୍ଟିକ ବଦଳରେ ଏହି ଥରମୋପ୍ଲାଷ୍ଟିକକୁ ବ୍ୟବହାର କରାଯାଏ ତେବେ ପ୍ଲାଷ୍ଟିକ ଦ୍ୱାରା ହାନିକାରକ ପ୍ରଭାବରୁ ପରିବେଶକୁ ବଞ୍ଚାଇହେବ ।