ଆଳୁ ପରେ ଆକାଶଛୁଆଁ ଅଣ୍ଡା ଦର

ଶେରଗଡ, (ଯୁଗାବ୍ଦ ନ୍ୟୁଜ):ବଜାରରେ ଆଳୁ ସମସ୍ୟା ର ସମାଧାନ ହୋଈପାରୁନଥିବା ବେଳେ ନିତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ଖାଉଟି ଙ୍କୁ ଚିନ୍ତାରେ ପକାଈଛି। ଗତ କିଛି ଦିନ ହେଲା ଆଳୁ ଦରକୁ ନେଇ ସରକାରଙ୍କ ସମେତ ବ୍ୟବସାୟୀ ମୁଣ୍ଡରେ ହାତ ଦେଈ ବସିଥିବା ବେଳେ ଏବେ ଅଣ୍ଡା ଦର ଆକାଶଛୁଆଁ ହୋଇଛି। ଆମର ଦୈନିନ୍ଦିନ ଚଳଣି ଭିତରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମହଙ୍ଗା ଆଳୁ ଦରରୁ ଆଶ୍ବସ୍ତି ମିଳିନଥିବା ବେଳେ ଏବେ ଅଣ୍ଡା ଦରକୁ ନେଇ ଚିନ୍ତାରେ ଖାଉଟି। ଯେଉଁଠି ୫ ରୁ ୬ ଟଙ୍କା ରେ ଅଣ୍ଡା ମିଳୁଥିଲା ତାହା ଏବେ ୭ ରୁ ୮ ଟଙ୍କା ରେ ପହଞ୍ଚିଛି। ଏହା ସହ ହୋଲସେଲ ଅଣ୍ଡା ପେଟିର ଦାମ ୧୩୫୦ ରୁ ୧୪୦୦ ଟଙ୍କା ରହିଥିବା ବେଳେ ଖୁଚୁରା ବଜାରରେ ଅଣ୍ଡା ଗୋଟାକୁ ୭ ରୁ ୮ ଟଙ୍କା ରହିଛି। ଯାହା ଫଳରେ ଖାଉଟି ଙ୍କ ପକେଟକୁ ବାଧୁଛି। ଆମିଷ ଖାଈବାକୁ ଈଚ୍ଛୁକ ଗ୍ରାହକ ଟି ଯେତେବେଳେ ମଟ୍ଟନ, ଚିକେନ, ମାଛ ଖାଈ ପାରୁନି ସେତେବେଳେ ଅଣ୍ଡା ଖାଈ ଏହାର ଭରଣା କରୁଥିଲା। ହେଲେ ହଠାତ ବଜାରରେ ଅଣ୍ଡା ଦର ବୃଦ୍ଧି ଯୋଗୁଁ ନା କେବଳ ଗ୍ରାହକ ବରଂ ବ୍ୟବସାୟୀ ବି ଚିନ୍ତାରେ ପଡିଛନ୍ତି। ବ୍ୟବସାୟୀ ଙ୍କ କହିବାନୁସାରେ କୁକୁଡ଼ା ଦାନା ର ଦରବୃଦ୍ଧି ଯୋଗୁଁ ଏହାର ପ୍ରଭାବ ଅଣ୍ଡା ଉପରେ ପଡୁଛି। ସେପଟେ ପରିବହନ ଖର୍ଚ୍ଚ ମଧ୍ୟ ଦୁଇ ଗୁଣ ହୋଈଯାଈଛି। ଗୋଟିଏ ପଟେ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ଦରବୃଦ୍ଧି ର କାରଣ କାହାରି ପାଖରେ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ