ଆଳୁ ପିଆଜ ବ୍ୟବସାୟ କେନ୍ଦ୍ରରେ ଆସିକା ଯୋଗାଣ ବିଭାଗର ଯାଂଚ

ଆସିକା, (ଯୁଗାବ୍ଦ ନ୍ୟୁଜ):ସମ୍ଭାବ୍ୟ ବାତ୍ୟା “ଦାନା” କୁ ନେଇ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଏକ ପ୍ରକାର ଅଜଣା ଭୟର ବାତାବରଣ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ଆସନ୍ନ ବାତ୍ୟାକୁ ଦୃଷ୍ଟିରେ ରଖି କେତେକ ଅଞ୍ଚଳରେ ବହୁ ଅସାଧୁ ବ୍ୟବସାୟୀ ଆଳୁ ପିଆଜ ସମେତ କେତେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର କଳାବଜାର କରୁଥିବା ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ଆସିକା ଯୋଗାଣ ନୀରିକ୍ଷକ ବିଶ୍ୱଜିତ୍‍ ସେଠୀ ସହରର ବିଭିନ୍ନ ଆଳୁ ପିଆଜ ବ୍ୟବସାୟ କେନ୍ଦ୍ରକୁ ଅତର୍କିତ ଚଢାଉ କରି ଅ।।ଳୁ ପିଆଜର ବିକ୍ରୀ ମୂଲ୍ୟ ସମେତ ଗଚ୍ଛିତ ପରିମାଣ ଯାଂଚ କରିଥିବା ଲକ୍ଷ୍ୟ କରାଯାଇଛି । ବାତ୍ୟା ସମୟରେ କୌଣସି ପ୍ରକାର କଳାବଜାରକୁ ବରଦାସ୍ତ କରାଯିବନି ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାର କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ନୀରିକ୍ଷକ ବିଶ୍ୱଜିତ୍‍ ସେଠୀ ସୂଚନା ଦେଇଛନ୍ତି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କେତେକ ଅଞ୍ଚଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର କଳାବଜାର ଓ ଉଚ୍ଚା ଦରକୁ ନିୟନ୍ତ୍ରଣ କରିବା ଲାଗି ଯୋଗାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଚଢାଉକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ବହୁ ଜନସାଧାରଣ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହିଛନ୍ତି । କେଉଁଠି କେଉଁ ମୁହୂର୍ତ୍ତରେ ବାତ୍ୟାର ପ୍ରଭାବ କଣ ରହିବ ତାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଜୋର୍‍ ଧରିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ