ଆଳୁ ବିହନ ପଚିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ କୁ ଆଳୁ ଉତ୍ପାଦନ୍ାରେ ଏକ ନମ୍ବର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ଚାଷୀମାନଙ୍କୁ ଉନ୍ନତ ମାନର ବିହନ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। କେନ୍ଦୁଝର ଜିଲା ଉଦ୍ୟାନ କୃଷି ବିଭାଗର ଅବହେଳା ଓ ଦାୟିତ୍ବହୀନତା କାରଣରୁ ଆଳୁ ବିହିନ ପଚି ସଢି ନଷ୍ଟ ହେଇଯାଇଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଉଦ୍ୟାନ କୃଷି ଉପନିର୍ଦେଶକଙ୍କ କାର୍ଯ୍ୟାଳୟରେ ୧୫ ଦିନରୁ ଊର୍ଦ୍ଧ୍ବ ସମୟ ହେବ ଗୋଟିଏ ଟ୍ରକ ଆଳୁ ବିହନ ପଡ଼ି ପଡ଼ି ପୋଚି ଷଢି ନଷ୍ଟ ହେବାକୁ ନଷ୍ଟ ହେବାକୁ ଲାଗିଲାଣି। ସଠିକ୍ ସମୟରେ ଚାଷୀଙ୍କୁ ଆଳୁ ବିହନ ନଦେଇ ଜିଲା ଉଦ୍ୟାନ କୃଷି ଉପନିର୍ଦେଶକ ନିଘୋଡ ନିଦରେ ଶୋଇଛନ୍ତି। ଏପରିକି ପୋଚା ଷଢା ଦୁର୍ଗନ୍ଧରେ ରାସ୍ତାରେ ଯାଉଥିବା ଲୋକଙ୍କର ନାକ ଫାଟି ପଡ଼ୁଛି। ଆଳୁ ବିହନ ବସ୍ତା ଗୁଡିକ ଖୋଲା ମେଲାରେ ପଡ଼ିଥିବା ସହ କିଛି ବିହନ ବସ୍ତା ମଧ୍ୟ ପାଣି ରେ ପଡ଼ି ପୋଚୁଛି ସେଥିପ୍ରତି କାହାରି ନିଘା ନାହିଁ। ସେହି ସବୁ ପୋଚା ବିହନକୁ ଗାଡିରେ ଏବେ ଲଦି ଚାଷିଙ୍କ ପାଖକୁ ପଠା ଯାଉଛି। ଗୋଟିଏ ପଟେ ଚାଷୀଙ୍କୁ ଠିକ ସମୟରେ ଆଳୁ ବିହନ ନଦେଇ ପଚା ଆଳୁକୁ ଚାଷୀଙ୍କୁ ଦିଆ ଯାଉଛି, ଯାହା ଫଳରେ ଚାଷୀ କ୍ଷତି ସହିତ ସରକାରଙ୍କ ଆଳୁ ମିଶନ ସମ୍ପୂର୍ଣ ଫେଲ ମାରୁଛି। ସରକାର ଆଳୁ ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିଚାଲିଥିବା ବେଳେ କେନ୍ଦୁଝର ଜିଲା ଉଦ୍ୟାନ କୃଷି ଉପନିର୍ଦେଶକ ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି। ସବୁଠାରୁ ଆଶ୍ଟର୍ଯ୍ୟ କଥା ଉଦ୍ୟାନ କୃଷି ନିର୍ଦେଶକ ଅନେକ ସମୟରେ କାର୍ଯ୍ୟାଳୟରେ ନରହି ଘରକୁ ଚାଲି ଯାଉଥିବାରୁ ଆଳୁ ବିହନ ପଚି ନଷ୍ଟ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଆଳୁର ଦର ଦାମ ବୃଦ୍ଧି ଯୋଗୁଁଁ ରାଜ୍ୟ ସରକାର ଏହାର ପ୍ରତିକାର ନିମନ୍ତେ ସମସ୍ତ ଚାଷୀ ମାନଙ୍କୁ ରିହାତି ମୂଲ୍ୟରେ ଆଳୁ ବିହନ ପ୍ରଶାସନ ଦ୍ବାରା ଯୋଗାଇ ଦେଉଛନ୍ତି। କିନ୍ତୁ ଆଳୁ ଚାଷୀ ମାନଙ୍କୁ ସଠିକ ସମୟରେ ନ ଦେଇ ନଷ୍ଟ କରାଯାଉଛି। ସେହି ପଚା ବିହନକୁ ଚାଷୀ ମାନଙ୍କୁ ଦେଉଥିବାରୁ ଚାଷୀ ମାନେ ଅଭିଯୋଗ କରିଥିଲେ। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ବର ସାହୁ ମଙ୍ଗଳବାର କେନ୍ଦୁଝର ଜିଲା ଉଦ୍ୟାନ କୃଷି ଉପନିର୍ଦେଶକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆଳୁ ବିହନର ଏପରି ଅବସ୍ଥା ଦେଖି ଉଦ୍େବଗ ପ୍ରକାଶ କରିଛନ୍ତି। ଆଳୁ ବିହନ ପଚିବା କାରବାରରେ ସମ୍ପୃକ୍ତ ସରକାରୀ ଅଫିସର ଓ କର୍ମଚାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ବର ସାହୁ ଦାବି କରିଛନ୍ତି। ଏ ନେଇ ସେ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଏହି ପରିଦର୍ଶନ ସମୟରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ, ଜିଲା ସଭାପତି ଭାଗିରଥି ସିଂ, ରାଜ୍ୟ ସଂଯୋଜକ ହରିହର ମହାନ୍ତ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀଧର ସାହୁ ଓ ଶକଂର୍ଶଣ ଜେନା, ପ୍ରକାଶ ସୂତ୍ରଧର, ରାଧାକାନ୍ତ ମହାନ୍ତ, ସୁଧାକର ସାହୁ, ଅନନ୍ତ ସାହୁ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।