ଆଶାକର୍ମୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ସାଧାରଣ ଜନତାଙ୍କର ସେବା କରିଆସୁଥିବା ଆଶା କର୍ମୀମାନଙ୍କ ଉପରେ ଅମାନୁଷିକ ଆକ୍ରମଣକୁ ନେଇ ମୁହଁ ଖୋଲିଛି ଆଶାକର୍ମୀ ସଂଘ । ବାରମ୍ବାର ଆଶାକର୍ମୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ସରକାରଙ୍କର କୌଣସି ଅଙ୍କୁଶ ନଥିବା ବେଳେ ଅଳ୍ପ ବେତନରେ ପେଟ ପୋଷି ଆସୁଥିବା ଆଶାକର୍ମୀମାନେ ଅନ୍ୟାୟ ଅତ୍ୟାଚାରର ଶିକାର ହୋଇଆସୁଛନ୍ତି । ଏପରି ଏକ ଘଟଣାକୁ ନେଇ ଆଶାକର୍ମୀ ସଂଘ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛି । ଏମିତି ଏକ ଘଟଣା ଘଟିଛି ସିଂଲା ଥାନା ଅଧିନରେ । ଖବରରୁ ଜଣାପଡିଛି ଜୁଆରୀ ଗ୍ରାମରେ ବାସୁଦେବ ମାନ୍ନାଙ୍କ ପତ୍ନୀ ଭାଗବତ ମାନ୍ନା ଏକ ନିଷ୍ଠାପର ଆଶାକର୍ମୀ ହିସାବରେ କାର୍ଯ୍ୟ କରିଆସୁଥିଲେ । ଗତ ତା.୨୪.୭.୧୯ରିଖ ରାତି ପ୍ରାୟ ୮ ଘଟିକା ୩୦ ମିନିଟ୍ ସମୟରେ ଉକ୍ତ ଗ୍ରାମର ଗୋବିନ୍ଦ ଦାସଙ୍କ ପୁଅ ଶୁକଦେବ ଦାସ ସରକାରଙ୍କ ପୁରୁଷ ବନ୍ଧ୍ୟାକରଣ ବାଲେଶ୍ୱର ସରକାରୀ ବଡ ଡାକ୍ତରଖାନାରେ ହୋଇଥିଲା । ବନ୍ଧ୍ୟାକରଣ ପରେ ଶୁକଦେବଙ୍କୁ ଡାକ୍ତର ନଯିବା ପାଇଁ କହିଥିଲେ । ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ପାଇଁ କହିଥିଲେ କିନ୍ତୁ ସେ ବେଖାତିର କରି ମଟୋର ସାଇକେଲ ଯୋଗେ ସେହି ଦିନ ଘରକୁ ଆସିବା ଫଳରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେଲା । ସ୍ୱାସ୍ଥ୍ୟଗତ ଅସୁବିଧା ପାଇଁ ତୁରନ୍ତ ଆଶାକର୍ମୀଙ୍କୁ ଘରକୁ ଆସିବା ପାଇଁ ଡାକିଥିଲେ । ଆଶାକର୍ମୀ ଶ୍ରୀମତୀ ଭଗବତୀ ମାନ୍ନା ତାଙ୍କ ଘରେ ପହଞ୍ଚିବା ପରେ ହଠାତ୍ ସୁକଦେବ ଦାସଙ୍କ ଭାଇମାନେ ଯଥା ରାଜୁ, ବାପି ଓ ଗୁରୁପଦ ଓ ସୁକଦେବଙ୍କ ମାମୁ ସପନ ମଣ୍ଡଳ ଏବଂ ନିଜେ ଗୋବିନ୍ଦ ଦାସ କାରଣ ନଥାଇ ଆଶାକର୍ମୀଙ୍କୁ ହଠାତ୍ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କର ପେଟକୁ ବାରମ୍ବାର ଗୋଇଠା ମାରିବା ସହିତ ଅମାନୁଷିକ ଭାବରେ ଶାରିରୀକ, ମାନସିକ ଅତ୍ୟାଚାର କରିଥିଲେ । ଫଳରେ ଆଶାକର୍ମୀ ଚେତାଶୂନ୍ୟ ହୋଇଯାଇଥିଲେ । ତହିଁପର ଦିନ ସକାଳେ ଘରକୁ ରାତିରେ ନ ଫେରିବା ଜାଣି ତାଙ୍କ ସ୍ୱାମୀ ଅଞ୍ଚଳର ଅନ୍ୟଜଣେ ଆଶାକର୍ମୀଙ୍କୁ ସାଥିରେ ଧରି ଖୋଜାଖୋଜି କରି ଅଚେତ ଅବସ୍ଥାରେ ଶୁକଦେବ ଦାସଙ୍କ ଘରେ ଭଗବତୀ ମାନ୍ନାଙ୍କୁ ଗୁରୁତର ଅବସ୍ଥାରେ ପାଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଆଶାକର୍ମୀଙ୍କ ସ୍ୱାମୀ ପରବର୍ତ୍ତୀ ଅବସ୍ଥାରେ ଓଡିଶା ରାଜ୍ୟ ଆଶାକର୍ମୀ ସଂଘକୁ ଅବଗତ କରାଇଥିଲେ । ସଂଘର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ହଲପିଟାଲ ଫାଣ୍ଡି ଏବଂ ପରବର୍ତ୍ତୀ ସମୟରେ ସିଂଲା ଥାନାରେ ଅଭିଯୋଗ କରିଥିଲେ । ଗତ ତା୨୬.୭.୧୯ରିଖ ସୁଦ୍ଧା ଥାନା କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ତା.୨୯.୭.୧୯ରିଖରେ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୪୮ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତଶ୍ରୁତି ଦେଇଥିଲେ ମଧ୍ୟ ତାହା ଏଯାବତ୍ କିଛି କାର୍ଯ୍ୟନୁଷ୍ଠାନ ହୋଇନଥିବାରୁ ତାହା ସଂଘ ମହଲରେ ଅସନ୍ତୋଷ ଦେଖା ଦେଇଛି । ଖୁବ୍ ଶୀଘ୍ର ଘଟଣାର ତଦନ୍ତ କରାଯାଇ ଆବେଦନକାରୀକୁ ନ୍ୟାୟ ନମିଳେ ତେବେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ