ଆଶାକର୍ମୀଙ୍କୁ ରିଫ୍ରେସର ତାଲିମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ କିଭଳି ହୋଇ ପାରିବ ସେ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ମୋହନା ବ୍ଲକର ବିରିକୋଟ ଗ୍ରାମ ଠାରେ ଥିବା ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ରିଫ୍ରେସର୍ ତାଲିମ ଅନୁଷ୍ଠିତ ହୋଇଯାଇଛି । ଉପାନ୍ତ ଅଞ୍ଚଳ ଏବଂ ଅଶିକ୍ଷିତ ଆଦିବାସୀ ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା କିପରି ଯୋଗାଇବେ, ଗର୍ଭବତୀ ମହିଳା ଓ ଶିଶୁମାନଙ୍କର କିପରି ଯତ୍ନ ନେବେ ଏବଂ କେନ୍ଦ୍ର ସରକାର ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯୟୀ ଟିକାକରଣ କିପରି ହୋଇପାରିବ ତାହସହ କୋଭିଡର ତୃତୀୟ ଲହରୀ ଯଥା ଓମିକ୍ରନ୍ ନୂଆ ଭାରିୟେଣ୍ଟେନର ମୁକାବିଲା କିପରି କରିହେବ ଏହାକୁ ନେଇ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ତାଲିମ ପାଇଁ ପ୍ରତ୍ୟେକ ଗ୍ରାମର ଏଏନ୍‌ଏମ୍‌, ସ୍ୱାସ୍ଥ୍ୟକର୍ମୀ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ମାନେ ଆଗ୍ରହର ସହିତ ଯୋଗଦେଇ ତାଲିମ ନେଇଥିଲେ । ଏହି ତାଲିମ ଡାକ୍ତର ପ୍ରଶାନ୍ତ କୁମାର ସାହୁ, ଏନ୍‌.ଧନେଶ୍ୱର ରାଓ, ସନ୍ତୋଷ ବିଷୋୟୀ ପ୍ରମୁଖ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ