ଆଶାକର୍ମୀ ଝୁଲୁ ରାଉତ ସମ୍ବର୍ଦ୍ଧିତ

ହାଟଡ଼ିହି , (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମର ଆଶକର୍ମୀ ଝୁଲୁ ରାଉତଙ୍କୁ ତାଙ୍କ ଉଲେଖନୀୟ ସେବାପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଗାଁ କଲ୍ୟାଣ ସମିତି ଓ ଅଶା କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ବାର୍ଷିକ ସମ୍ମିଳନୀରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ କୁମାର ଦାସ, ଡିଆରଡିଏ ର ପ୍ରକଳ୍ପ ଅଧିକାରୀ ଡ. ଉଦ୍ଧବ ଚନ୍ଦ୍ର ମାଝୀ, ପୌରପରିଷଦର ନିର୍ବାହୀ ଅଧିକାରୀ ଡ. ମଧୁସ୍ମିତା ସାମନ୍ତରାୟ. ଡିପିଏମ ଦିଲିପ କୁମାର ଦୁବେ ପ୍ରମୁଖ ଯୋଗଦେଇ ଆଶା କର୍ମୀ ଝୁଲୁ ରାଉତଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଶାକର୍ମୀ ଝୁଲୁ ରାଉତ ଗତ କରୋନା ମହାମାରୀ ସମୟରେ ହାଇଦ୍ରାବାଦରୁ ଆସି ଇଞ୍ଚୋଳ ସଂଗରୋଧ କେନ୍ଦ୍ରରେ ଥିବା ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ସହି ନପାରି ନିଜେ ପିପିଇ କିଟ୍ ପିନ୍ଧି ସେହି ସଙ୍ଗରୋଧ କେନ୍ଦ୍ରରେ ଉକ୍ତ ମହିଳାଙ୍କ ପ୍ରସବ କରାଇ ପରେ ଆମ୍ବୁଲାନସ ଡାକି ମା ଓ ଶିଶୁକୁ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ । ତାଙ୍କର ଏହି ଉଲେଖନୀୟ ସେବାପାଇଁ ସେତେବେଳେ ସେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ତାଙ୍କର ଏହି ସେବା ମନୋଭାବ ପାଇଁ ତାଙ୍କୁ ଜିଲ୍ଲା ସ୍ତରରେ ସମ୍ବର୍ଦ୍ଧିତ କରାଯାଇଥିବା ବିପିଏମ ଶୁଭେନ୍ଦୁ କୁମାର ସାହୁ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ