ଆଶାତୀତ ରାଜସ୍ବ ଆଦାୟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ଚଳିତବର୍ଷ ଆଶାତୀତ ରାଜସ୍ବ ଆଦାୟ ହୋଇଥିଵା ଜଣାପଡିଛି । ସରକାର ଉକ୍ତ ତହସିଲରୁ ପାଖାପାଖି ତିନି କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଥିବା ବେଳେ ଏହା ବୃଦ୍ଧି ପାଇ ପାଞ୍ଚ କୋଟି ୨୨ଲକ୍ଷ ଟଙ୍କାରେ ପହଞ୍ଚିଛି । ସୂଚନା ଅନୁଯାୟୀ କେବଳ ଜଗନ୍ନାଥ ପ୍ରସାଦ ବାଲି ସୈରାତ ବାବଦରେ ତହସିଲ ୨କୋଟି ୭୬ଲକ୍ଷ ରାଜସ୍ବ ଅର୍ଥ ଆଦାୟ କରିଛି । ଏହାଛଡା ବେଆଇନ ଇଟା ଓ ବାଲି ଗାଡ଼ି, ଜାଗାଵାଡି କିସମ ପରିବର୍ତ୍ତନ ଏବଂ ଇଟା ଭାଟି ଅଞ୍ଚଳରୁ ଆଶାତୀତ ରାଜସ୍ବ ଆଦାୟ ହେଉଥିବା ଜଣାପଡ଼ିଛି ।


