ଆଶାୟୀ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
ହିଂଜିଳିକାଟୁ, (ଶେଷଦେବ ସାହୁ) :-ଦୀର୍ଘ ଦିନର ଅତିକ୍ରାନ୍ତ ପରେରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ୫ଟି ପର୍ଯ୍ୟାୟରେତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସଂପନ୍ନ ସକାଶେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣକରାଯାଇଛି । ନିର୍ବାଚନ ବିଜ୍ଞପ୍ତି ଅନୁଯାୟୀଚଳିତମାସ ୧୬ ତାରିଖଠାରୁ ୨୪ ତାରିଖ ଯାଏଁଉକ୍ତ ନିର୍ବାଚନ ପକ୍ରିୟା ଅନୁଷ୍ଠିତ କରିବା ସକାଶେ ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯାଇ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଂଚିଛି । ଚଳିତମାସ ୨୬ ତାରିଖଠାରୁ ୨୮ ତାରିଖ ଅବଧି ମଧ୍ୟରେଭୋଟଗଣତି ପକ୍ରିୟା ଅନୁଷ୍ଠିତହେବ । ଗତ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀହିଂଜିଳିକାଟୁବ୍ଳକରେତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅନୁଷ୍ଠିତହୋଇଥିଲା । ଭୋଟରଙ୍କ ମଧ୍ୟରେମତଦାନ ସକାଶେବହୁ ଉତ୍କଣ୍ଠା ଓ ମନପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ବହୁମୁଲ୍ୟ ଭୋଟ ଦେବା ସକାଶେ ସ୍ଥିର କରି ନିର୍ଦ୍ଧିଷ୍ଠ ସମୟ ମଧ୍ୟରେ ମତଦାନ କରିଥିଲେ । ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ମଧ୍ୟରେଛକାପଂଝାଏବଂ ଦଳ ଦଳ ସମର୍ଥକଙ୍କୁ ଧରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ୫୫୮ ଆଶାୟୀ ପ୍ରାର୍ଥୀ । ସେଥିମଧ୍ୟରୁହିଂଜିଳିକାଟୁବ୍ଳକର ୪ଟି ପଂଚାୟତର ସରପଂଚ ଓ ୮ଟି ପଂଚାୟତରେସମିତିମେମ୍ବର ପଦବି ଅପ୍ରତିଦ୍ୱନ୍ଦୀ ଥିଲାବେଳେ ଅବଶିଷ୍ଠ ୧୭ଟି ପଂଚାୟତରେସରପଂଚ ପଦବିସକାଶେ ୭୬ ପ୍ରାର୍ଥୀ ଓ ୧୩ଟି ପଂଚାୟତରେ ସମିତି ମେମ୍ବର ସକାଶେ ୪୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିଲେ । ଏଥିସହ ୬୭, ୬୮ ଓ ୬୯ନଂ ଜିଲ୍ଲା ପରିଷଦ ଜୋନ ସକାଶେ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାକରିଥିଲେ । ୩୦୭ଟି ୱାର୍ଡସଭ୍ୟ ମଧ୍ୟୃରୁ ୧୫୩ଟି ୱାର୍ଡରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲକରି ଅପ୍ରତିଦ୍ୱନ୍ଦୀରହିଥିଲେ । ଅବଶିଷ୍ଟ ୧୫୪ ୱାର୍ଡସକାଶେ ୨୭୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ । ୯୮୨୨୪ ଭୋଟରଙ୍କ ମଧ୍ୟରୁ ୬୨୮୬୦ ଜଣ ଭୋଟର ଆଶୟୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ବିଭିନ୍ନ ଆଶା ଆଶାଙ୍କା ମଧ୍ୟରେ ପ୍ରାର୍ଥୀଙ୍କ ଦିନ ବିତୁଥିବାବେଳେ୨୬ ତାରିଖଶନିବାର ନିଜ ନିଜଭାଗ୍ୟ ପରୀକ୍ଷାର ଅବଗଣନା ଆରମ୍ଭ ହେବ । ହାତରେମାତ୍ର ଆଉଗୋଟାଏ ଦିନ ବାକି ଥିବାବେଳେବ୍ଳକ ପ୍ରଶାସନ ତରଫରୁ ବିଧିବଦ୍ଧ ଭାବେ ଭୋଟ ଗଣତି ପ୍ରକିୟା ର ବ୍ୟବସ୍ଥା କରାଯାଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ନିର୍ବାଚନ ବିଧି ମୁତାବକଭୋଟଗଣତି ପ୍ରକିୟା ଅନୁଷ୍ଠିତ ହେବ । ନିର୍ବାଚନ ଅଧିକାରୀ ତଥା ବିଡିଓ ସୁବ୍ରତ କୁମାର ଜେନ, ତହସିଲଦାର ପ୍ରଭାତକୁମାର ପରିଡା ଓ ଜିପିଇଓ ପ୍ରଶାନ୍ତ କୁମାର ରଥ ଶେଷ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ସୂଚନା ଅନୁଯାୟୀ ୨୬ ତାରିଖ ଶନିବାର ପ୍ରଥମ ଦିବସ ୬୭ ନଂ ଜୋନ ଅଧିନସ୍ଥ ୬ଟି ପଂଚାୟତ ଯଥା ସାରୁ, କଂଚୁରୁ, ବଡଖଣ୍ଡି, ମକରଝୋଳ, ପୋଚିଲିମା ଓ ବୁରୁପୋଡା ପଂଚାୟତରସକାଳ ୮ଟା ଠାରୁଭୋଟଗଣତି ଆରମ୍ଭ ହେବ । ସେହିପରି ଦ୍ୱିତୀୟ ଦିବସ ୨୭ ତାରିଖରବିବାର ୬୮ ନଂ ଜୋନ ଅଧିନସ୍ଥ ୭ଟି ପଂଚାୟତ ଯଥା ଚାନ୍ଦୁଲି, ସିକିରି, ଖରିଡା, ରାଳବ, ନନ୍ଦିକ, ଶାସନଆମ୍ବଗାଁ ଓ ଦାରୁଭଦ୍ରାପଂଚାୟତରସକାଳ ୮ଟା ଠାରୁଭୋଟଗଣତି ଆରମ୍ଭ ହେବ । ଅନୁରୂପ ଭାବେ ଅନ୍ତିମ ଦିବସସୋମବାର ୬୯ ନଂ ଜୋନ ଅଧିନସ୍ଥ ୮ଟି ପଂଚାୟତ ଯଥା ପୁଟିଆପଦର, ଧୋବାଡି, ବେଲଗାଁ, ଗଣ୍ଡଳା, ଭାବନ୍ଧ, ସାହାପୁର, ଦୁର୍ବନ୍ଧ ଓ ଦୟାପଲ୍ଲୀ ପଂଚାୟତରଭୋଟଗଣତିସକାଳ ୮ଟା ଠାରୁଗଣତି ଆରମ୍ଭ ହେବ । ଷ୍ଟ୍ରଙ୍ଗରୁମ୍ରେମହଜୁଦ ଥିବାଜଉମୁଦ ଦିଆଭୋଟବାକ୍ସକୁଉକ୍ତ ଦିନ ଗୁଡିକରେ ଖୋଲାଯାଇ ଭୋଟ ଗଣତି ପକ୍ରିୟା ଶେଷକରିବା ପାଇଁ ଆବଶ୍ୟକୀୟ ସୁରକ୍ଷା ଓ ସର୍ତକତା ମୂଳକ ପଦକ୍ଷେପ ଓ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ଳକକାର୍ଯ୍ୟାଳୟ ପରିସରରେ ଅସ୍ଥାୟୀଟେଂଟ୍ ପ୍ରସ୍ତୁତ କରାଯାଇ ୨ଟି ଏଲଇଡିସ୍କ୍ରିନ୍ ଜରିଆରେ ଗଣତି ପକ୍ରିୟାର ବିବରଣୀ ସିଧାସଳଖ ଟେଲିକାଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି । ନିର୍ବାଚନ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ଅଧିକାରୀଙ୍କ ସମେତ ୯୪ ଜଣ ଅଧିକାରୀ ଓ କର୍ମଚାରୀ ଭୋଟ ଗଣତି ପକ୍ରିୟାରେ ସାମିଲ ରହିବା ସୂଚନା ମିଳିଛି । ଶାନ୍ତ ଶଅଙ୍ଖଳାର ସହ ନିରପେକ୍ଷ ଭୋଟ ଗଣତି ସକାଶେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।