ଆଶା ଦିଦି ଓ ବେଙ୍କ ଦିଦି ସମ୍ମାନିତ

ସୋରଡା, (ରଜନୀକାନ୍ତ ମହାପାତ୍ର):ସୋରଡା ବ୍ଲକ ରେ କାର୍ଯ୍ୟରତ ଗୋଛା ଗ୍ରାମ ର ଆଶା ଦିଦି ଲକ୍ଷ୍ମୀ ଗୌଡ ସାଲିମାଗୋଛା ରେ ବେଙ୍କ ଦିଦି ରୂପେ ନିଜର ପରିଚୟ ସୃତି କରିଥିବା ଶିଖା ପରିଛା ଙ୍କୁ ଭୁବନେଶ୍ଵର ର ୱିଶ ଅନୁଷ୍ଠାନ ତରଫରୁ ସମ୍ମାନିତ କରଯାଇଛି। ସାଲିମାଗୋଛା ଗ୍ରାମ ସୋରଡା ବ୍ଲକ ର ଗଣଜ ଓ କନ୍ଧମାଳ ଜିଲ୍ଲା ର ସୀମା ବର୍ତି ଅଞ୍ଚଳରେ ଅବସ୍ଥିତ ଥିବା ବେଳେ ଏଠାରେ ବର୍ତମାନ ବାସିନ୍ଦା ମାନେ ମୌଳିକ ସମସ୍ଯା ର ସମାଧାନ ପାଇଁ ସଂଘର୍ଷ କରୁଛନ୍ତି। ଏପରି ସ୍ଥିତି ରେ ଗ୍ରାମ କୁ ଭଲଭାବେ ଯୋଗାଯୋଗ ନାହିନ, ଗ୍ରାମ ରେ ଅଧିକ ଦିନ ବିଜୁଳି ନାହି, ଏଠାରେ ଲୋକମାନେ ଇଣ୍ଟେର୍ନେଟ ଓ ମୋବାଇଲ ନେଟୱର୍କ ର ସୁବିଧା ମଧ୍ୟ ପରିପାରୁନାହାନ୍ତି। ଏପରି ସ୍ଥଳେ ଏଠାକାର ବାସିନ୍ଦା ମାନଙ୍କୁ ଦୈନନ୍ଦିନ ୨୦ ରୁ ୩୦ କିଲୋମିଟର ଯାତ୍ରା କରି ବଡଗଡ ଗ୍ରାମ କୁ ଆସିବାକୁ ପଡୁଛି। ଏପରି ସ୍ଥଳେ ସ୍ଵାନ୍ତର ଏକ କନେକ୍ସନ ମଧ୍ୟମ ରେ ଏହି ଗ୍ରାମ ର ଶିକ୍ଷା ପରିଛା ଏହି ପଞ୍ଚାଯତ ୧୦ ରୁ ୧୫ ଗ୍ରାମବାସୀ ଙ୍କୁ ଇଣ୍ଟେର୍ନେଟ ଯୋଗେ ଗ୍ରାମବାସି ଙ୍କୁ ବେଙ୍କିଙ୍ଗ ସୁବିଧା ପ୍ରଦାନ କରୁଛନ୍ତି। ଏକ ମିନି ବେଙ୍କ ଖୋଲି ଲୋକଙ୍କୁ ସୁବିଧା ପ୍ରଦାନ କରିବା ସହ ଯେଉଁ ମାନେ ଆସିପାରୁନାହାନ୍ତି ସେମାନଙ୍କ ଗ୍ରାମ କୁ ଯାଇ ବେଙ୍କିଙ୍ଗ ସୁବିଧା ପ୍ରଦାନ କରୁଛନ୍ତି ତେଣୁ ଶିଖାଙ୍କୁ ସମସ୍ତେ ବେଙ୍କ ଦିଦି ବୋଲି ଡାକିଥାନ୍ତି। ତେଣୁ ଶିଖାଙ୍କ ର ଏହି ଉଦ୍ୟମ କୁ ପ୍ରଶଂସା କରି ଭୁବନେଶ୍ବର ର ୱିଶ ଅନୁଷ୍ଠାନ ତରଫରୁ ଆଦର୍ଶ ମହିଳା ସେବା ରେ ସମ୍ମାନିତ କରାଯାଇଛି। ସେହିପରି ସର୍ବଦା ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ମହିଳା ଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କରିବା କ୍ଷେତ୍ର ରେ ଉପାନ୍ତ ଅଞ୍ଚଳ ର ଆସା ଦିଦି ଲକ୍ଷ୍ମୀ ଗୌଡ ଙ୍କୁ ମଧ୍ୟ ସମ୍ମାନିତ କରଯାଇଛି। ଭୁବନେଶ୍ଵର ୱିଶ ଅନୁଷ୍ଠାନ ତାର ନବମ ବାର୍ଷିକ ଉତ୍ସବ ଭୁବନେଶ୍ବର ବୁଲନ ଭାଇ ସେବା ସଦନ ରେ ଆୟୋଜନ କରିଛି ଏହିପରିପ୍ରେଖି ରେ କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ କାଦମ୍ବନୀ ସମ୍ପାଦିକା ଡା.ଇତି ସାମନ୍ତ, ଭାରତ ମହିଳା ସାଇକ୍ଲିଙ୍ଗ ଫେଡେରସାନ ଅଧକ୍ଷ୍ୟା ତଥା ଓଡିଶା ପ୍ରଥମ ଅର୍ଜୁନ ପୁରସ୍କାର ବିଜେତା ମିନତୀ ମହାପାତ୍ର,ଶୋଭନୀୟ ଶିକ୍ଷାଶ୍ରମ ଅଧକ୍ଷ୍ୟା ଡା ଅରୁନ୍ଧତୀ ଦେବୀ, ଓ ବିଶିଷ୍ଟ ସମାଜ ସେବି ଡା ପଦ୍ମା ସିଂଦେଓ ଏବଂ ଅନୁଷ୍ଠାନ ର ଅଧକ୍ଷ୍ୟା ଶ୍ରୀମତୀ ଅନୁଶ୍ରୁତା ସିଂ ଦେଓ ଙ୍କ ଉପସ୍ଥିତି ରେ ଏହି ମହିଳାଙ୍କୁ ସମ୍ମାନିତ କରାଯିବା ସହ ଏମାନକ କାର୍ଯ୍ୟ କୁ ପ୍ରଶଂସା କରାଯାଇଛି। ଏହି ଦୁଇଜଣକ ସେବା ପାଇଁ ଅଞ୍ଚଳ ବସି ଶୁଭକାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ