ଆଶା ଭରସା ର ପ୍ରତୀକ ସାଜିଛି ଭରସା ସ୍ଵେଛାସେବୀ ସଙ୍ଗଠନ 

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ରକ୍ତ ଅଭାବ ରୁ ରୋଗୀ ସମ୍ପର୍କୀୟ ହେଉଥିବା ବିଭିନ୍ନ ସମସ୍ୟା କୁ ଦୃଷ୍ଟିରେ ରଖି ସୃଷ୍ଟି ହୋଇଥିବା ଭରସା ନାମକ ସାମାଜିକ ସଙ୍ଗଠନ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଜରୁରୀକାଳୀନ ରକ୍ତର ଆବଶ୍ୟକତାକୁ ପୂରଣ କରିବା ସହିତ ନୂତନ ରକ୍ତଦାତା ସୃଷ୍ଟି ପାଇଁ ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରିବାର ଦେଖିବାକୁ ମିଳୁଛି । ସଂଗଠନ ର ସଭାପତି ଲମ୍ବୋଦର ମହାନ୍ତଙ୍କ ଆହ୍ୱାନକ୍ରମେ ସାଙ୍ଗଠନିକ ଭାବରେ ପ୍ରତ୍ୟେକ ଜିଲ୍ଲାରେ କର୍ମକର୍ତ୍ତା ଚୟନ କରି ରକ୍ତର ଅଭାବରେ ବହୁମୂଲ୍ୟ ଜୀବନ କିଭଳି ନଯିବ, ସେଥିପାଇଁ ଭରପୁର ପ୍ରୟାସ ଜାରି ରଖିଛନ୍ତି ସଦସ୍ୟମାନେ । ଏହି କରୋନା କାଳ ସମୟରେ ଲୋକମାନେ ଜୀବନ ଭୟରେ ଘରୁ ପଦାକୁ ବାହାରୁ ନଥିବା ବେଳେ ଭରଷା ପରିବାର ର କର୍ମକର୍ତ୍ତାମାନେ କୋରନାର ପ୍ରକୋପକୁ ଖାତିର ନକରି ନିଃସ୍ୱାର୍ଥପର ରକ୍ତଦାନ ସେବାକୁ ଅବ୍ୟାହତ ରଖିଥିବା ଦେଖି ବିଭିନ୍ନ ଅଞ୍ଚଳରୁ ସ୍ଵେଛାସେବୀ ଚିନ୍ତାଧାରାର ଲୋକ ସଙ୍ଗଠନରେ ଯୋଡ଼ି ହୋଇ ସ୍ଵେଚ୍ଛାକୃତ ରକ୍ତଦାନ କରୁଥିବାର ଦେଖିବାକୁ ମିଳୁଛି । ଆଜି ମଧ୍ୟ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଭାପତି ଲମ୍ବୋଦର ମହାନ୍ତ, ଜିଲ୍ଲା ସଭାପତି ଯୁଧିଷ୍ଠିର ମହାନ୍ତ, ସଦସ୍ୟ ବିଭୁତି ପ୍ରଧାନଙ୍କ ଦ୍ଵାରା ଜରୁରୀକାଳୀନ ଆଠ ୟୁନିଟ, କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ସଂଯୋଜକ ଡ଼ମ୍ବରୁଧର ମହାନ୍ତ, ପଞ୍ଚପୀଢ଼ ସଭାପତି ସୁମନ୍ତ କୁମାର ମହାନ୍ତ, କରଞ୍ଜିଆ ବ୍ଲକ ସଂଯୋଜିକା ମାଳତୀ ମହାନ୍ତ ଓ କରଞ୍ଜିଆ ନଗର ସଂଯୋଜିକା ରଞ୍ଜନା ମହାନ୍ତଙ୍କ ଦ୍ଵାରା ଜରୁରୀକାଳୀନ ତିନି ୟୁନିଟ ଓ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଏକ ୟୁନିଟ ଜରୁରୀକାଳୀନ ରକ୍ତର ଆବଶ୍ୟକତା ପୂରଣ କରିଛନ୍ତି ଭରସା ସଙ୍ଗଠନର ସଦସ୍ୟମାନେ । ରକ୍ତଦାନ ଭଳି ସେବା ଓ ସଚେତନତା ବୈଠକ ମାଧ୍ୟମରେ ଲୋକଙ୍କ ମଧ୍ୟରେ ପରସ୍ପର ପ୍ରତି ସେବା କରିବାର ମନଭାଵ ସୃଷ୍ଟି କରି ଆଦର୍ଶ ସମାଜ ଗଠନ ପାଇଁ ସଙ୍ଗଠନ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ସଭାପତି ଲମ୍ବୋଦର ମହାନ୍ତ, ସଂଗଠନ ର ପରାମର୍ଶ ଦାତା ସମାଜସେବୀ ଜିତେନ୍ଦ୍ର ରାଜ,ସାଧାରଣ ସମ୍ପାଦକ ଲାଲମୋହନ ମହାନ୍ତ, ଉପସଭାପତି ଵେଣୁଧର ମହାନ୍ତ, ସଂଯୋଜକ ଡ଼ମ୍ବରୁଧର ମହାନ୍ତ, କୋଷାଧ୍ୟକ୍ଷ ବିଜୟ ମହାନ୍ତ, ଯୋଜନାପ୍ରମୁଖ ଶିବଶଙ୍କର ମିଶ୍ର ପ୍ରମୁଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଭିନ୍ନ ମହଲରେ ସଙ୍ଗଠନର କାର୍ଯ୍ୟକୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ