ଆଶା ସାଥୀ ସଂଘ ତରଫରୁ ବିକ୍ଷୋଭ ଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସାରା ଦେଶରେ ୪୧ ହଜାର ୪୦୫ଜଣ ଆଶା ଫେସିଲେଟର୍ସ (ଆଶା ସାଥୀ) କାମ କରୁଥିଲା ବେଳେ ବର୍ତ୍ତମାନ ଆମ ରାଜ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ୨୩ଟି ଜିଲ୍ଲାରେ ୭୧୭ ଜଣ ଆଶା ସାଥୀ କାର୍ଯ୍ୟ କରୁଛନ୍ତି । ସାରା ଦେଶରେ କାର୍ଯ୍ୟରତ ଆଶା ଫେସିଲେଟର୍ସ (ଆଶ ସାଥୀ)ମାନଙ୍କୁ ମାସିକ ୬ ହଜାର ଟଙ୍କା ପ୍ରଦାନ କରାଯାଉଥିଲା ବେଳେ ରାଜ୍ୟ ସରକାରମାନେ ନିଜ ରାଜ୍ୟ ତରଫରୁ ସ୍ୱତନ୍ତ୍ର ଅନୁଦାନ ଟଙ୍କା ଦିଅନ୍ତି । ଫଳସ୍ୱରୂପ ସେମାନେ ମାସିକ ୭,୫୦୦ରୁ ଉର୍ଦ୍ଧ୍ୱ ଟଙ୍କା ପାଉଥିଲା ବେଳେ ଓଡ଼ିଶା ରାଜ୍ୟରେ ମାତ୍ର ୩୦୦୦ ଟଙ୍କା ପ୍ରଦାନ କରାଯାଉଛି । କେନ୍ଦ୍ର ସରକାର ଗତ ତା ୨୪.୧୦.୨୦୧୮ ରିଖ କ୍ୟାବିନେଟରେ ନିଷ୍ପତ୍ତି ନେଇ ଆଶା ସାଥୀମାନଙ୍କର ୬ ହଜାର ଟଙ୍କା ଘୋଷଣା କରିଥିଲେ । ତା ସହିତ ଭାରତର ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା । ଯାହା ଫଳରେ ଆଶା ସାଥୀମାନେ ଏହି ଯୋଜନା ମାଧ୍ୟମରେ ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ରାଶି ପାଇପାରିବେ । ଆଶା ସାଥୀମାନଙ୍କର ପ୍ରିମିୟମ ଦେୟ କେନ୍ଦ୍ର ସରକାର ବହନ କରିବେ । ଦୁଃଖର ବିଷୟ, ରାଜ୍ୟ ସରକାର ଠିକ୍ ରୂପେ କାର୍ଯ୍ୟକାରୀ କରୁନାହାଁନ୍ତି । ଠିକ୍ ସେହିପରି ଆଶା ସାଥୀମାନଙ୍କ ପାଇଁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜାନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ କରିପାରିବେ । ଅନ୍ୟାନ୍ୟ ରାଜ୍ୟରେ ଏହା ଲାଗୁ ହେବା ଯୋଗୁ ସେମାନେ ସୁବିଧା ପାଉଥିଲା ବେଳେ ଓଡ଼ିଶା ରାଜ୍ୟରେ ତାହା କାର୍ଯ୍ୟକାରୀ ହେଉନାହିଁ । ଯାହାଫଳରେ ଆଶାସାଥୀମାନେ ବିଭିନ୍ନ ରୋଗରେ ପଡ଼ି ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଯେଉଁ ଆଶାସାଥୀ ଦୀର୍ଘ ୧୦ ବର୍ଷ କାମ କଲା ପରେ ପଦୋନ୍ନତି ପାଇଁ ଆଶାସାଥୀ ରୂପେ ସରକାରଙ୍କ ତରଫରୁ ନିଯୁକ୍ତି ଦିଆଗଲା । ସାରା ରାଜ୍ୟରେ ଆଶା ସାଥୀଟି ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ଗୁରୁତ୍ୱ ନଦେବା ଫଳରେ ଆଶାସାଥୀଟି ସ୍ୱାସ୍ଥ୍ୟବୀମାରୁ ଆଜି ବଂଚିତ । ବର୍ତ୍ତମାନ ସମୟରେ ମହାମାରୀ କରୋନା କାର୍ଯ୍ୟରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଦିଆଯାଉଥିବା ବେଳେ ଆଶା ସାଥୀ ସମସ୍ତ କାର୍ଯ୍ୟରେ ସହଯୋଗ କରୁଥିବା ବେଳେ ଆଜି ସେହି ପ୍ରୋତ୍ସାହନ ରାଶି ଆଶା ସାଥୀମାନଙ୍କୁ ପ୍ରଦାନ କରାନଯିବା ଫଳରେ ଆଶାସାଥୀମାନଙ୍କ ମନରେ ଘୋର ନୈରାଶ୍ୟ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କୁ ଓ କେନ୍ଦ୍ର ସରକାରଙ୍କୁ ସଂଘ ତରଫରୁ ବାରମ୍ବାର ଦେଖା ଦେଉଥିବା ସମସ୍ୟାର ସମାଧାନ ପାଇଁ ଲିଖିତ ଭାବେ ଜଣାଉଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କର ଉଦାସୀନତା ଯୋଗୁ ରାଜ୍ୟରେ କାର୍ଯ୍ୟ କରୁଥିବା ୭୧୭ ଜଣ ଆଶା ସାଥୀମାନେ ଆଜି ଶୋଷଣର ଶିକାର ହେଉଛନ୍ତି । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା ସାଥୀ ସଂଘ ତରଫରୁ ଆଜି ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଧାରଣା କାର୍ଯ୍ୟକ୍ରମ କରାଯାଇଛି । ନିର୍ଦ୍ଦେଶିକା ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସଂଘର ଏକ ପ୍ରତିନିଧି ମଣ୍ଡଳୀ ୭ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଦାବୀଗୁଡ଼ିକ ମଧ୍ୟରେ ଆଶାସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ମାସିକ ୬ ହଜାର ଟଙ୍କା ବେତନ ପ୍ରଦାନ କରିବା, ଆଶା ସାଥୀମାନଙ୍କୁ ବର୍ଷକୁ ଦୁଇହଳ ୟୁନିର୍ଫମ ପ୍ରଦାନ କରିବା (ଶାଢୀ ରଙ୍ଗ ପରିବର୍ତ୍ତନ କରାଯିବା), ଆଶା ସାଥୀମାନଙ୍କୁ କାର୍ଯ୍ୟ ଦକ୍ଷତା କରିବା ପାଇଁ ତାଲିମ୍ ଦିଆଯିବା, ୧୩ ବର୍ଷ ଧରି ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଇନ୍‌ସ୍ୟୁରାନ୍ସ ଏବଂ ମୃତ୍ୟୁକାଳୀନ ସହାୟତା ରାଶି, ଚିକିତ୍ସା ବୀମା ପ୍ରଦାନ ସହିତ ପେନସନ ପ୍ରଦାନ କରିବା, କେନ୍ଦ୍ର ସରକାର ଘୋଷଣା କରିଥିବା ଆୟୁଷ୍ମାନ ଭାରତ ଚିକିତ୍ସା ବୀମାକୁ ଆଶା ସାଥୀମାନଙ୍କ ପାଇଁ ଲାଗୁ କରିବା ପ୍ରମୁଖ । ଭାରତୀୟ ମଜଦୁର ସଂଘ ରାଜ୍ୟ ବରିଷ୍ଠ କର୍ମକର୍ତ୍ତା ବସନ୍ତ କୁମାର ସାହୁ, ଓଡ଼ିଶା ରାଜ୍ୟ ଆଶା ସାଥୀ ସଂଘ ରାଜ୍ୟ ସଭାନେତ୍ରୀ କଳ୍ପନା ଦାସ, ଉପସଭାନେତ୍ରୀ ସବିତା ପଣ୍ଡା, ସାଧାରଣ ସମ୍ପାଦିକା ସୁମତୀ ଆଚାର୍ଯ୍ୟ, ରାଜ୍ୟ କୋଷାଧ୍ୟକ୍ଷା କଳ୍ପନା ସେଠୀ, ଦେବୀ ଦାସ, ଜୟନ୍ତୀ ପ୍ରଧାନ, ସୁମିତ୍ରା ବେହେରା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେବା ସହ ଆଶା ସାଥୀମାନଙ୍କର ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଉପରେ ଉଦ୍‌ବୋଧନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ