ଆଶ୍ରା ପକ୍ଷରୁ ଫନି ପ୍ରଭାବିତ •ଷୀଙ୍କୁ ବିହନ ସହାୟତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ସାମୁଦ୍ରିକ ବାତ୍ୟା ଫନି ଉଜାଡ଼ି ଦେଇଥିଲା •ଷ ଓ ବାସ । ଦୋହଲି ଯାଇଥିଲା ଗ୍ରାମ୍ୟ ଅର୍ଥନୀତି । ପ୍ରବଳ ପବନରେ ବିଶାଳକାୟ ବୃକ୍ଷ ଓ ବିଜୁଳି ଖୁଣ୍ଟ ସବୁ ଧରାଶାୟୀ ହୋଇପଡ଼ିଥିଲା । ଚନ୍ଦକା-ଡମ୍ପଡ଼ା ଅଭୟାରଣ୍ୟ କଡ଼ରେ ଥିବା ଛତାବର ପଞ୍ଚାୟତ ସଂଲଗ୍ନ ଆଦିବାସୀ ଗାଁ କନ୍ଦଳେଇ ଦେଖିଥିଲା ସବୁଠୁ ବଡ଼ ବିପତ୍ତି । ଗାଁର କୌଣସି ଗୋଟିଏ ପରିବାର ର ଘର ବାଦ୍ ପଡ଼ିନଥିଲା । •ଳ ଓ ଛଣ ଘର ଗୁଡ଼ିକ ପବନ ମାଡ଼ରେ ଲୋଟି ପଡ଼ିଥିଲା । ଗାଁ ସ୍କୁଲ୍ଘର ର ଆଜବେଷ୍ଟସ୍ ଉଡ଼ି ଯାଇଥିଲା । ବାତ୍ୟା ପରେ କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବନ ବଞ୍ଚୁଥିବା ଗ୍ରାମବାସୀମାନଙ୍କ ପାଇଁ ଏବେ ଚିନ୍ତା କରିଛି ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’ । ବାତ୍ୟା ପରବର୍ତ୍ତୀ ଥଇଥାନ ପଦକ୍ଷେପ ଗୁଡ଼ିକ ଉପରେ ଆଶ୍ରା ପକ୍ଷରୁ ଧ୍ୟାନ ଦିଆଯାଉଛି । ଭାଙ୍ଗି ଯାଇଥିବା ସ୍କୁଲ୍ ଘରର ନିର୍ମାଣ, ଗାଁରେ ସ୍ୱାସ୍ଥ୍ୟ ଚିିକିତ୍ସା ଶିବିରର ଆୟୋଜନ ଓ ମାଗଣା ଔଷଧ ବିତରଣ ପରେ ଏବେ ଗ୍ରାମବାସୀଙ୍କୁ ସଂଗଠନ ପକ୍ଷରୁ କଲରା, କଖାରୁ, ଶାଗ, ଭେଣ୍ଡି, ବାଇଗଣ ଓ ଜହ୍ନି ଆଦି ପନିପରିବା ବିହନ ଯୋଗାଇ ଦିଆଯାଇଛି । ବିହନ ବିତରଣ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ ଓ ଆଶ୍ରାର ଉପସଭାପତି ପ୍ରଶାନ୍ତ କୁମାର ଘଡ଼ାଇ ସହଯୋଗ କରିଥିଲେ । କନ୍ଦଳେଇ ର ବିକାଶ ଦିଗରେ ଆଶ୍ରା ନିଜ ପରିସର ରେ ସାଧ୍ୟମତେ ସହଯୋଗ ଯୋଗାଇଦେବ ବୋଲି ଏହାର ନିର୍ଦ୍ଦେଶକ ଶୁଭଜିତ୍ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ