ଆଶ୍ରୟଗୋଡ଼ ୫-ଟି ସରକାରୀ ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଆଶ୍ରୟଗୋଡ଼ ୫-ଟି ଅନ୍ତର୍ଭୁକ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁରୁଡିଙ୍ଗ ଆଶ୍ରୟଗୋଡ଼ ଠାରେ କମ୍ପ୍ୟୁଟର ଚୋରି ଅଭିଯୋଗ ହୋଇଛି।ସୂଚନା ମିଳିଛି ଯେ ଗତ ୬/୭ତାରିଖରେ ଆଶ୍ରୟଗୋଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଈ-ପାଠାଗାରରୁ ୧୧ଟି କମ୍ପ୍ୟୁଟର ଚୋରି ହୋଇଥିବା ଜଣାପଡିଛି।ଚୋରି ହେବାର ଦୁଇ ଦିନ ପର୍ଯ୍ୟନ୍ତ ବିଦ୍ୟାଳୟ କତ୍ତୃପକ୍ଷ ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କ ସହିତ ଖୋଜାଖୋଜି କରିଥିଲେ।ଚୋରି ସାମଗ୍ରୀ ବହୁ ଖଜାଖୋଜି ପରେ ନମିଳିବାରୁ ଗତ କାଲି ଗୁମ୍ମା ପାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ।ଅଭିଯୋଗ ଆଧାରରେ ୪୫/୨୩ କେଶ ରୁଜୁ କରି ସେରଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଥିଲେ।ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବିଦ୍ୟାଳୟର ୩ନମ୍ବର ବଖରା ଇ-ପାଠାଗାରରୁ ୩ଟି କମ୍ପ୍ୟୁଟର,୪ଟି ସିପିଓ,ସ୍ପିକର ଚୋରି ହୋଇଛି।ବିଦ୍ୟାଳୟ ୧୨ଟି ବଖରା ରହିଥିବା ବେଳେ ସମସ୍ତ ବଖରାର ତାଲା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ଅତିରିକ୍ତ ଶିକ୍ଷକଙ୍କ ପାଖରେ ରହିଥାଏ।କିନ୍ତୁ ସେଥିମଧ୍ୟରୁ ୩ନମ୍ବର ବଖରାର ତଥା ଚୋରି ହୋଇଥିବା ବଖରାର ତାଲା ନଥିବା ଅଧିକ ସନ୍ଦେହ ସୃଷ୍ଟି କରିଛି।କିନ୍ତୁ ଏଠାରେ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି ଯେ ଦାୟିତ୍ୱ ହୀନତା ଯୋଗୁଁ ଏପରି ଅଘଟଣା ଘଟିଛି ନା ସୁଚିନ୍ତିତ ଷୋଡ଼ଗଯନ୍ତ୍ର ହୋଇଛି।


